Latest Odisha News

BREAKING NEWS

ମହାତ୍ମା ଗାନ୍ଧୀଙ୍କ ଅଣନାତି ସତୀଶ ଧୁପେଲିଆଙ୍କର କରୋନାରେ ମୃତ୍ୟୁ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ମହାତ୍ମା ଗାନ୍ଧୀଙ୍କ ବଂଶଧର ଅର୍ଥାତ୍‌ ନାତି ସତୀଶ ଧୁପେଲିଆଙ୍କର କରୋନା ଜନିତ ସମସ୍ୟା ହେତୁ ମୃତ୍ୟୁ ଘଟିଛି। ତାଙ୍କର ୬୬ ତମ ଜନ୍ମଦିନର ୩ ଦିନ ପରେ ତାଙ୍କର ଦେହାନ୍ତ ହୋଇଥିଲା।

ଧୁପେଲିଆଙ୍କ ଭଉଣୀ ଉମା ଧୁପେଲିଆ ଏହା ସ୍ପଷ୍ଟ କରିଛନ୍ତି ଯେ କରୋନା ସମ୍ବନ୍ଧୀୟ ସମସ୍ୟା ହେତୁ ତାଙ୍କ ଭାଇଙ୍କର ମୃତ୍ୟୁ ଘଟିଛି। କାରଣ ସେ ହସ୍ପିଟାଲରେ ଏହି ରୋଗରେ ଆକ୍ରାନ୍ତ ହୋଇଥିଲେ ଯେଉଁଠାରେ ସେ ନିମୋନିଆ କାରଣରୁ ଏକ ମାସ ଧରି ଚିକିତ୍ସିତ ହେଉଥିଲେ।

ଜୀବନର ଅଧିକାଂଶ ସମୟ ଗଣମାଧ୍ୟମରେ ଅତିବାହିତ କରିଥିବା ଧୁପେଲିଆ, ବିଶେଷକରି ଭିଡିଓଗ୍ରାଫର ତଥା ଫଟୋଗ୍ରାଫର ଭାବରେ ମଧ୍ୟ ଗାନ୍ଧୀ ବିକାଶ ଟ୍ରଷ୍ଟକୁ ଡର୍ବାନ ନିକଟ ଫିନିକ୍ସ ସେଟେଲମେଣ୍ଟରେ ମହାତ୍ମାଙ୍କ ଦ୍ୱାରା ଆରମ୍ଭ ହୋଇଥିବା କାର୍ଯ୍ୟକୁ ଜାରି ରଖିବାରେ ସାହାଯ୍ୟ କରିଥିଲେ। ସେ ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସମସ୍ତ ସମ୍ପ୍ରଦାୟରେ ଲୋକପ୍ରିୟ ଥିଲେ। ସେ ଅନେକ ସାମାଜିକ କଲ୍ୟାଣ ସଂଗଠନରେ ମଧ୍ୟ ସକ୍ରିୟ ଥିଲେ।

Comments are closed.