Latest Odisha News

BREAKING NEWS

ଧର୍ମଛଡ଼ା ମଣିଷ; ପଞ୍ଚୁକର ପ୍ରଥମ ଦିନରେ ଶୈବପୀଠରେ କଳାକନା

ଅନଗୁଳ: ଗୋଟିଏ ପଟେ ଆଜି ପଞ୍ଚୁକରେ ଲୋକେ ପୂଜାପାଠ କରି ଧର୍ମ ଅର୍ଜନ କରିଥିବା ବେଳେ ଅନ୍ୟପଟେ ଅନୁଗୁଳର ଏକ ଶୈବପୀଠରେ ବୁଲି ଯାଇଛି କଳାକନା।

ସୂଚନାନୁସାରେ, ଗତ ମଧ୍ୟରାତ୍ରୀରେ ଅନୁଗୁଳ ଜିଲ୍ଲା ଜୁବୁଲି ଟାଉନ୍‌ସ୍ଥିତ ଶ୍ରୀ ଶ୍ରୀ ନାଗେଶ୍ୱର ଶିବ ମନ୍ଦିରରୁ କିଛି ଦୁର୍ବୃତ୍ତମାନେ ଚୋରି କରିଛନ୍ତି।

ମନ୍ଦିରରେ ଥିବା ଦୁଇଟି ହୁଣ୍ଡିରୁ ପାଖାପାଖି ନଗଦ ୨୦ ହଜାର ଟଙ୍କା ଚୋରି ହୋଇଥିବା ପୂଜକ ଅନୁମାନ କରି କହିଛନ୍ତି।

ଏହି ଦୁର୍ବୁତ୍ତ ମାନେ ଏକ ଶାବଳ ସାହାଯ୍ୟରେ ଶିବ ଓ ପାର୍ବତୀଙ୍କ ମନ୍ଦିରର ଗ୍ରିଲ୍‌ ତାଡ଼ି ହୁଣ୍ଡି ବାକ୍ସ ଲୁଟ୍‌ କରିଥିବା ସୂଚନା ମିଳିଛି। ଏନେଇ ମନ୍ଦିର କର୍ତ୍ତୃପକ୍ଷ ଟାଉନ୍‌ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।

Comments are closed.