Latest Odisha News

BREAKING NEWS

ସୀମା ଟପୁଛି ବର୍ବରତା; ଘରୁ ଟେକି ନେଇ ୫ ବର୍ଷର ଶିଶୁ ସହ ଦୁଷ୍କର୍ମ ଅଭିଯୋଗ

ଆଳି: ପ୍ରତିଦିନ ଦୁଷ୍କର୍ମ ଓ ହତ୍ୟା ଭଳି ଖବର ସାମ୍ନାକୁ ଆସୁଥିବା ବେଳେ ଧୀରେ ଧୀରେ ଏହା ଯେପରି ସବୁ ସୀମା ପାର୍ ହୋଇ ଯାଉଛି। ଧୀରେ ଧୀରେ ଏହି ଦୁର୍ବୁତ୍ତ ମାନେ ବର୍ବରତାର ସବୁ ସୀମା ଟପି ଯାଉଛନ୍ତି।

ଏହିଭଳି ଏକ ଅମାନବୀୟ ଘଟଣା ଘଟିଛି ଆଳିଥାନା ଭୂଇଁପୁର,ବନ୍ଧସାହି ଗ୍ରାମରେ। ଏହି ଅଞ୍ଚଳର ଜଣେ ୫ ବର୍ଷର ଶିଶୁକନ୍ୟାକୁ ଘରୁ ଟେକିନେଇ କିଛି ଦୁର୍ବୁତ୍ତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ଅଭିଯୋଗ ଅନୁସାରେ, ଆଳି ଥାନା ଭୂଇଁପୁର, ବନ୍ଧସାହି ଗ୍ରାମର ଜନୈକା ମହିଳା ନିଜ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି ଯେ ସେହି ଗ୍ରାମର ଜଣେ ବ୍ୟକ୍ତି ତାଙ୍କ ୫ ବର୍ଷର ସାନଝିଅକୁ ଘରୁ ଟେକିନେଇ ଏକ କ୍ୟାବିନ ଭିତରେ ଦୀର୍ଘ ସମୟ କବାଟ ବନ୍ଦକରି ଦୁଷ୍କର୍ମ କରିଛନ୍ତି।

ମହିଳା ଜଣଙ୍କ ଏହା ଜାଣିବା ପରେ ଯାଇ ଦେଖନ୍ତି ତ ତାଙ୍କର ଝିଅ କ୍ୟାବିନ ସମ୍ମୁଖରେ ପଡି ରହିଛି। ଝିଅକୁ ଘରକୁ ନେଇ ଦେଖିବା ପରେ ତାର ଶରୀରର ଅନେକ ସ୍ଥାନରେ ଗୁରୁତର ଆଘାତ ଲାଗିଛି। ଏସମ୍ପର୍କରେ ଉକ୍ତ ବ୍ୟକ୍ତିଙ୍କୁ ପଚାରିବାରୁ ସେ କୌଣସି ଉତ୍ତର ଦେବା ପରିବର୍ତ୍ତେ ମହିଳାଙ୍କୁ ନାନା ଧମକ ଦେଇଥିବା ଜଣାପଡିଛି।

ଆହୁରି ମଧ୍ୟ ଥାନାକୁ ଗଲେ ଜୀବନରୁ ମାରିଦେବେ ବୋଲି ଅଭିଯୁକ୍ତଙ୍କ ପରିବାର ଲୋକେ ତାଙ୍କୁ ଧମକ ଦେଇଥିବା ମହିଳା ଜଣଙ୍କ ନିଜ ଅଭିଯୋଗରେ ଲେଖିଛନ୍ତି।

ବହୁ କଷ୍ଟରେ ଥାନାରେ ଅଭିଯୋଗ କରିବା ସହ ନିଜ ଝିଅ ପାଇଁ ନ୍ୟାୟ ଭିକ୍ଷା କରିଛନ୍ତି ମହିଳା। ଏହି ମାମଲାରେ ଏଯାଏଁ କାହାକୁ ଗିରଫ କରାଯାଇନଥିବା ବେଳେ ପୋଲିସ ଏହାର ତଦନ୍ତ କରୁଥିବା ତଦନ୍ତ ଅଧିକାରୀ ପ୍ରଦୋଷ ପଟ୍ଟନାୟକ ସୂଚନା ଦେଇଛନ୍ତି।

Comments are closed.