ଭୁବନେଶ୍ୱର: ଆୟ ବହିର୍ଭୁତ ସମ୍ପତ୍ତି ଠୁଅ ଅଭିଯୋଗରେ ଗିରଫ ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କ ନାଁରେ ଆସିଥିବା ଠକେଇର ଗୁମର । ଟାଟା ମୋଟର୍ସରେ ଚାକିରି ଦେବା ନାଁରେ ଠକେଇର ଖୋଳତାଡ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ । ଆଜି ବ୍ରହ୍ମପୁରରେ ପହଞ୍ଚିଛି କ୍ରାଇମବ୍ରାଞ୍ଚର ଦୁଇ ଜଣିଆ ଟିମ୍ । ଜଣେ ଇନିସପେକ୍ଟରଙ୍କ ନେତୃତ୍ୱରେ ଏହି ଟିମ ବ୍ରହ୍ମପୁର ଆସିଛି । ସେମାନେ ପ୍ରଥମେ ଦକ୍ଷିଣାଞ୍ଚଳ ରେଞ୍ଜ ଡିଆଇଜିଙ୍କ ଅଫିସରେ ବୈଠକ କରିଥିଲେ ।

ତଦନ୍ତର ପ୍ରଥମ ପର୍ଯ୍ୟାୟରେ ଏହି ଟିମ୍ ଗୋପାଳପୁର ଟାଟା ଥଇଥାନ କଲୋନିର ୨ ଜଣଙ୍କୁ ଡାକି ପଚରାଉଚରା କରିଥିବା ସୂଚନା ମିଳିଛି । ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକ ନିଜକୁ ଟାଟା ମୋଟର୍ସର ଏମଡି ବୋଲି ପରିଚୟ ଦେଉଥିଲେ । ଗୋପାଳପୁର ଅଞ୍ଚଳର କିଛି ଯୁବକଙ୍କୁ ଟାଟା ମୋଟର୍ସରେ ଚାକିରି ଦେବା ନାଁରେ କୋଟି କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି ।

ଏହା ବ୍ୟତୀତ ଆକାଶ ପାଠକଙ୍କ ସହ ବିଧାୟତକ ପ୍ରଦୀପ ପାଣିଗ୍ରାହୀଙ୍କ ଲିଙ୍କକୁ ନେଇ ବି ଖୋଳତାଡ କରିବ ତଦନ୍ତକାରୀ ଟିମ୍ । ଆଇଏଫଅସ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକ ଗିରଫ ପରେ ଏବେ ଭୁନେଶ୍ୱର ଝାରପଡ଼ା ଜେଲରେ ଅଛନ୍ତି । ଅଭୟକାନ୍ତଙ୍କ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗର ଖୋଳତାଡ କରୁଛି ଭିଜିଲାନ୍ସର ୨୧ ଜଣିଆ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ବା ଏସଆଇଟି ।
BREAKING NEWS
- Ammunition Recovered in Manipur:ସୁରକ୍ଷା ବାହିନୀକୁ ବଡ଼ ସଫଳତା: ୯ ଉଗ୍ରବାଦୀ ଗିରଫ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, IED ଜବତ
- ବୁଡିଯାଉଥିବା ପୁଅକୁ ବଞ୍ଚାଇବାକୁ ଯାଇ ଭାସିଗଲେ ବାପା
- Snake bite:ସାପ କାମୁଡ଼ାର ପ୍ରେମିକ ମୃତ;ଖବର ଶୁଣି ଜୀବନ ହାରିଲା ପ୍ରେମିକା
- ବଜ୍ରାଘାତରେ ଚାଲିଗଲା ୨ଜୀବନ; ୨ ଗୁରୁତର ମେଡିକାଲରେ ଭର୍ତ୍ତି
- ଉତ୍ତମ ଆଚରଣ ପାଇଁ ୧୯ଜଣ ଆଜୀବନ କଏଦୀଙ୍କୁ ମୁକ୍ତି;ଝାରପଡ଼ାରୁ ୩
- କମନୱେଲଥ୍ ଗେମ୍ସ: ଗ୍ଲାସଗୋ ରେଷ୍ଟୋରାଣ୍ଟରେ ଭାରତର ଭୁଲ୍ ମାନଚିତ୍ର ଦେଖି ଅସନ୍ତୋଷ ପ୍ରକାଶ କଲେ ଲଭଲିନା
- 3-D ରିଇନ୍ଫୋର୍ସଡ୍ ଆଡଭାନ୍ସଡ୍ କମ୍ପୋଜିଟ୍ ଟେକ୍ନୋଲୋଜି ପାଇଁ NIT ରାଉରକେଲାକୁ ମିଳିଲା ପେଟେଣ୍ଟ
- ହାର୍ଦ୍ଦିକଙ୍କ ଚେନ୍ନାଇ ସୁପର କିଙ୍ଗସ ଟ୍ରେଡ୍କୁ ନେଇ ବଢ଼ୁଛି ସସପେନ୍ସ, ସ୍ପଷ୍ଟୀକରଣ ରଖିଲା ମୁମ୍ବାଇ
- Ferry catches fire: ସମୁଦ୍ର ମଝିରେ ଫେରୀରେ ଭୟଙ୍କର ଅଗ୍ନିକାଣ୍ଡ… ୫ ମୃତ ଓ ୪୧ ନିଖୋଜ
- ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନୂଆ ଲୁକ ଭାଇରାଲ, ଫ୍ୟାନ୍ସ ଚକିତ…
Comments are closed.