Latest Odisha News

BREAKING NEWS

ଖୋଲିବ IFS ଅଭୟକାନ୍ତ ପାଠକଙ୍କ ଜାଲିଆତି ପେଡି: ଭିଜିଲାନ୍ସରେ ହାଜର ହେଲେ ଡ୍ରାଇଭର ଓ କିଛି ବ୍ୟାଙ୍କ କର୍ମଚାରୀ

ଭୁବନେଶ୍ୱର: ଖୋଲିବ ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କ ଦୁର୍ନୀତି ପେଡ଼ି । କଳାଧନର ଗୁମର ଫିଟିବି । ଭିଜିଲାନ୍ସ ଖୋଳତାଡ ଆରମ୍ଭ କରିଛି । ଆଜି ଭିଜିଲାନ୍ସରେ ହାଜର ହୋଇଛନ୍ତି ଅଭୟକାନ୍ତଙ୍କ ଡ୍ରାଇଭର । କିଛି ବ୍ୟାଙ୍କ କର୍ମଚାରୀ ବି ହାଜର ହୋଇଛନ୍ତି । ସେମାନଙ୍କୁ ପଚରାଉଚରା କରିବେ ତଦନ୍ତକାରୀ ଟିମ୍ ।

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇ ଜେଲ ଯାଇଛନ୍ତି ଅଭୟକାନ୍ତ ପାଠକ । ଚଢ଼ାଉ ବେଳେ ତାଙ୍କ ଘରୁ ୯ କୋଟିରୁ ଅଧିକ ଆୟ ବହିର୍ଭୁତ ସମ୍ପତ୍ତି ଜବତ ହୋଇଥିଲା । ସୂଚନା ମିଳିଥିଲା, ରେଡ୍ ବେଳେ ଡ୍ରାଇଭରଙ୍କ ଘରୁ ବି ମିଳିଥିଲା ଟଙ୍କା । ତାଙ୍କୁ ଏସମ୍ପର୍କରେ ପଚରାଉଚରା ହୋଇପାରେ ।
ସେହିପରି ଅଭୟକାନ୍ତଙ୍କ ପୁଅ ଆକାଶ ପାଠକଙ୍କ ଆକାଉଣ୍ଟାରେ ୯ କୋଟି ୪୦ ଲକ୍ଷ ଟଙ୍କା ଡିପୋଜିଟ୍ ରହିଛି । ଯେଉଁଥିରେ ୮କୋଟି ୪୦ ଲକ୍ଷ ଭୁବନେଶ୍ୱରରୁ ଡିପୋଜିଟ୍ ସ୍ଲିପ ଓ ଏଟିଏମ୍ ଜରିଆରେ ଡିପୋଜିଟ୍ ହୋଇଛି । ସହିଦନଗର ଓ ନୟାପଲ୍ଲୀରେ ଥିବା ବ୍ୟାଙ୍କରୁ ଏହି ଟଙ୍କା ଜମା ହୋଇଥିବା ଜାଣିବାକୁ ପାଇଛି ଭିଜିଲାନ୍ସ । ସଂପୃକ୍ତ ବ୍ୟାଙ୍କୁ ତଥ୍ୟ ମାଗିବା ସହ ନୋଟିସ ହୋଇଥିଲା । ସେମାନେଙ୍କର ସଂପୃକ୍ତ ସମ୍ପର୍କରେ ତଥ୍ୟ ହାସଲ କରିବ ଭିଜିଲାନ୍ସ ।
ଗିରଫ ପରେ ଏବେ ଭୁବନେଶ୍ୱର ଝାରପଡ଼ା ଜେଲରେ ଅଛନ୍ତି ଆଇଏଫଏସ୍ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକ । ଡିସେମ୍ୱର 9 ତାରିଖ ଯାଏ ସେମାନେ ବିଚାରବିଭାଗୀୟ ହାଜତରେ ଅଛନ୍ତି । କେମିତି ଓ କେଉଁ ସୂତ୍ରରୁ ଅଭୟକାନ୍ତ କୋଟି କୋଟି ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କଲେ ତାର ଚେର ଖୋଜିବାରୁ ଭିଜିଲାନ୍ସ ପକ୍ଷରୁ ୨୦ ଜଣିଆ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ କରାଯାଇଛି ।

Leave A Reply

Your email address will not be published.