Latest Odisha News

BREAKING NEWS

ପଶ୍ଚିମ ଓଡ଼ିଶାରେ ଶୀତ ଲହରି: ୧୬ ସହରରେ ୧୫ ଡିଗ୍ରୀ ସେଲସିୟସ ତଳେ ପାରଦ

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାରେ ଶୀତ ଲହରି । ଥରାଉଛି ଜାଡ଼ । ବିଭିନ୍ନ ଜିଲ୍ଲାରେ ରାତିର ସର୍ବନିମ୍ନ ତାପମାତ୍ରା ଖସିବାରେ ଲାଗିଛି । ଶୀତରେ ଥରୁଛି ଅଧା ଓଡ଼ିଶା । ୧୬ଟି ସହରରେ ପାରଦ ୧୫ ଡିଗ୍ରୀ ସେଲସିୟସ ତଳେ ରହିଛି । ସବୁଠୁ ଥଣ୍ଡା ସହର ପାଲଟିଛି ସୋନପୁର । ସେଠାରେ ୮.୪ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି ।
ପଶ୍ଚିମ ଓଡ଼ିଶାରୁ ଆଭ୍ୟନ୍ତରୀଣ ଓଡ଼ିଶା । ସବୁଠି ଶୀତ ଅନୁଭୂତ ହେଲାଣି । ଦାରିଙ୍ଗିବାଡ଼ିରେ ୯, ଫୁଲବାଣୀ ୧୦, ଅନୁଗୁଳରେ ୧୦ ଓ ଭବାନୀପାଟଣାରେ ରେକର୍ଡ କରାଯାଇଛି ୧୦.୮ ଡିଗ୍ରୀ ସେଲେସିୟସ୍ ତାପମାତ୍ରା । ଝାରସୁଗୁଡ଼ାରେ ୧୧.୮, ତାଳଚେରରେ ୧୨, କେନ୍ଦୁଝରରେ ୧୨.୮, ସୁନ୍ଦରଗଡ଼ରେ ୧୩, ବଲାଙ୍ଗିରରେ ସର୍ବନିମ୍ନ ତାପମାତ୍ରା ରହିଛି ୧୩.୨ ଡିଗ୍ରୀ ସେଲସୟିସ୍ ।

କୋରାପୁଟରେ ୧୩.୨, ବାରିପଦାରେ ୧୪, ହୀରାକୁଦରେ ୧୪.୧, ସମ୍ୱଲପୁରରେ ୧୪.୨, ଟିଟିଲାଗଡ଼ରେ ୧୪.୨ ଓ ବୌଦ୍ଧାରେ ତାପମାତ୍ରା ରହିଛି ୧୪.୫ ଡିଗ୍ରୀ ସେଲସିୟସ୍ । ସେହିପରି କଟକରେ ୧୫ ଓ ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୧୬.୬ ଡିଗ୍ରୀ ସେଲସିୟସ୍ ରେକର୍ଡ କରିଛି ପାଣିପାଗ କେନ୍ଦ୍ର । ଆହୁରୀ ୩-୪ ଦିନ ଶୀତ ଲହରି ଜାରି ରହିବ ।

Leave A Reply

Your email address will not be published.