Latest Odisha News

BREAKING NEWS

ବୁର୍ଲା ଭୀମସାରରେ ଟଳିଲା ବଡଧରଣର ଅଘଟଣ

ସମ୍ୱଲପୁର: ଗଛ ଭାଙ୍ଗି ବିଦ୍ୟୁତ ତାର ଛିଣ୍ଡିଗଲା । ୧୧ କେଭି ବିଦ୍ୟୁତ ତାର ଛିଣ୍ଡିଯିବାରୁ ସର୍ଟ ସର୍କିଟରୁ ଲାଗିଲା ନିଆଁ । ଏଥିରୁ ବୁର୍ଲା ଭୀମସାର ରକ୍ତଭଣ୍ଡାରରେ ଅଗ୍ନିକାଣ୍ଡ ହୋଇଛି । ପୋଡ଼ି ଯାଇଛି ରକ୍ତ ଭଣ୍ଡାର ଓ ପ୍ଲାଜମା ବ୍ୟାଙ୍କର ୫ଟି ଫ୍ରିଜର । ଏବେ ବାକି ଥିବା ୩ଟି ଫ୍ରିଜରରେ ସମସ୍ତ ରକ୍ତ ଓ ପ୍ଲାଜମାକୁ ସଂରକ୍ଷିତ ରଖାଯାଇଛି ।

ରକ୍ତ ଭଣ୍ଡାର ସାମନାରେ ଥିବା ଗୋଟିଏ ଗଛ ଭାଙ୍ଗି ଯାଇଥିଲା । ପାଖରେ ଯାଇଥିବା ବିଦ୍ୟୁତ ତାର ଉପରେ ଖସି ପଡ଼ିଥିଲା ଗଛ । ଏଥିରୁ ସର୍ଟ ସର୍କିଟରୁ ନିଆଁ ଲାଗିଥିଲା । ଫ୍ରିଜର ସହ କିଛି ଯନ୍ତ୍ରାଂଶ ପୋଡ଼ି ଯାଇଛି । ଆଉ କାହାର କିଛି କ୍ଷତି ହୋଇ ନାହିଁ । ଏକ ବଡ଼ ଧରଣରୁ ଅଘଟଣରୁ ବର୍ତ୍ତିଗଲା ଭୀମସାର ରକ୍ତଭଣ୍ଡାର ।

Leave A Reply

Your email address will not be published.