ଭୁବନେଶ୍ୱର: ମାଇକ୍ରୋସଫ୍ଟ ଏକ୍ସେଲ୍ । ସାରା ବିଶ୍ୱରେ ଏହି ସଫ୍ଟ ୱେର୍ ଜରିଆରେ ଲୋକେ ନିଜ ଆବଶ୍ୟକତା ଅନୁଯାୟୀ କମ୍ପ୍ୟୁଟରରେ କାମ କରିଥାନ୍ତି । ଖାସ୍ କରି ବାଲାନ୍ସ ସିଟ୍ ଓ ଗ୍ରାଫ୍ ପ୍ରସ୍ତୁତି ପାଇଁଏହାର ବ୍ୟବହାର ହୋଇଥାଏ । ହେଲେ କେବେ ଶୁଣିଛନ୍ତି ଏକ୍ସେଲ୍ରେ ପ୍ରସ୍ତୁତ ହୋଇପାରେ ଅବଶ୍ୱସନୀୟ ଚିତ୍ର ? ଯଦି ଆପଣଙ୍କ ଉତ୍ତର ନା, ତେବେ ଏହି ଚମତ୍କାର ଘଟଣା ଉପରେ ଟିକେ ନଜର ପକାନ୍ତୁ ।
ଜାପାନର ଜଣେ ଆର୍ଟିଷ୍ଟ ଏକ୍ସେଲ୍ରେ ପ୍ରସ୍ତୁତ କରିଛନ୍ତି ଚମତ୍କାର ପେଣ୍ଟିଂ । ଏହି ସମସ୍ତ ଚିତ୍ର ଦେଖିଲେ ଆପଣ ବି ଏକ୍ସେଲ୍ ଶିଖିବା ପାଇଁ ମନ ବଳାଇବେ । ୮୦ ବର୍ଷୀୟ Tatsuo Horiuchi । ଅବସର ନେବା ପରେ କିଛି ନୂଆ ଶିଖିବା ପାଇଁ ମନ ବଳାଇଥିଲେ । ଖାସ କରି ପେଣ୍ଟିଂରେ ତାଙ୍କର ରୁଚି ରହିଥିଲା । ହେଲେ ସେ ରଙ୍ଗ, ବ୍ରସ୍ ଓ କାନ୍ଭାସ୍ରେ ଟଙ୍କା ଖର୍ଚ୍ଚ କରିବାକୁ ଇଛୁକ ନଥିଲେ । ଏଥିପାଇଁ ସେ ପେଣ୍ଟିଂ କରିବା ପାଇଁ ଏକ ଅଭିନବ ଉପାୟ ବାହାର କରିଥିଲେ ।
ସଫ୍ଟ ୱେର୍ ଦୁନିଆରେ ପେଣ୍ଟିଂ ପାଇଁ ଏକ ସେ ବଢକର ଏକ ସଫ୍ଟ ୱେର୍ ରହିଛି । ହେଲେ Tatsuo ଏକ୍ସେଲ୍କୁ ବାଛିଥିଲେ । ତାଙ୍କ ଅନୁସାରେ ଏକ୍ସେଲ୍ ସଫ୍ଟ ୱେର୍ ପେଣ୍ଟି ପାଇଁ ସବୁଠୁ ସହଜସାଧ୍ୟ । ତେବେ ଏକ୍ସେଲରେ ପେଣ୍ଟିଂ କରିବା Tatsuo ରାତାରାତି ଶିଖିନଥିଲେ । ଏଥିପାଇଁ ସେ ବହୁ ପରିଶ୍ରମ କରିବା ସହ ଦୀର୍ଘ ୬ ବର୍ଷ ଅତିବାହିତ କରିଥିଲେ ।
ଏକ୍ସେଲ୍ ପେଣ୍ଟିଂରେ ମାହିର ହେବା ପରେ ସେ ଏକ୍ସେଲ୍ ଅଟୋସେପ୍ ଆର୍ଟ୍ କଣ୍ଟେଷ୍ଟରେ ଭାଗ ନେଇ ବିଜେତା ହୋଇଥିଲେ । ସେବେଠୁ Tatsuo ସାରା ବିଶ୍ୱରେ ଚର୍ଚ୍ଚା ସାଉଣ୍ଟିବା ସହ ଦୀର୍ଘ ୨୦ ବର୍ଷ ଧରି ଏକ୍ସେଲରେ ପେଣ୍ଟିଂ କରିଆସୁଛନ୍ତି ।
Comments are closed.