ଭୁବନେଶ୍ୱର: ଧୀରେ ଧୀରେ ରାଜ୍ୟରେ ବଢୁଛି ଥଣ୍ଡା। ଅଧିକାଂଶ ଜିଲ୍ଲାରେ ଶୀତ ଲହରି । ଆଜି ରାଜ୍ୟର ୧୨ଟି ସହରରେ ୧୪ଡିଗ୍ରୀ ସେଲସିୟସ ତଳେ ରହିଛି ସର୍ବନିମ୍ନ ତାପମାତ୍ରା । କନ୍ଧମାଳ ଜିଲ୍ଲାରେ ତାପମାତ୍ରା ୯ ଡିଗ୍ରୀ ସେଲସିୟସ ତଳକୁ ଖସିଛି । ଫୁଲବାଣୀରେ ୮.୫ଡିଗ୍ରୀ ଓ ଦାରିଙ୍ଗିବାଡ଼ିରେ ୮.୮ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି ।
ଅନୁଗୁଳରେ ୧୦.୬, କୋରାପୁଟରୁ ୧୦.୬, ଭବାନୀପାଟଣାରେ ପାରଦ ରହିଛି ୧୧.୬ ଡିଗ୍ରୀ ସେଲସିୟସ । ସୁନ୍ଦରଗଡ, ବୌଦ୍ଧ, ତାଳଚେରରେ ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ସେଲସିୟସ୍ ରହିଛି । ଢାରସୁଗୁଡ଼ାରେ ୧୩.୪, ବଲାଙ୍ଗିରରେ ୧୩.୫ ଡିଗ୍ରୀ ସେଲସିୟସ୍ ରହିଥିଲା ରାତିର ତାପମାତ୍ରା ।
#ଫୁଲବାଣୀ ୮.୫ #ସୋନପୁର ୮.୮ #ଦାରିଙ୍ଗବାଡି ୯ #ଅନୁଗୁଳ ୧୦.୬ #କୋରାପୁଟ ୧୦.୬ #ଭବାନୀପାଟଣା ୧୧.୬ #ସୁନ୍ଦରଗଡ ୧୩ #ମାଲକାନଗିରି ୧୩ #ବୌଦ୍ଧ ୧୩ #ତାଳଚେର ୧୩.୩ #ଝାରସୁଗୁଡା ୧୩.୪ ଏବଂ #ବଲାଙ୍ଗୀର ଠାରେ ୧୩.୫ ଡ଼ିଗ୍ରୀ #ରାତ୍ରି #ତାପମାତ୍ରା ରେକର୍ଡ pic.twitter.com/d8c2GUyhWy
— Meteorological Centre, Bhubaneswar (@mcbbsr) December 7, 2020
ଏବେ ପାଗ ଶୁଖିଲା ରହିଛି । ଆଉ କିଛି ଦିନ ରହିପାରେ ଶୀତ ଲହରି । ଥଣ୍ଡା ସାଙ୍ଗକୁ ସକାଳୁ ସକାଳୁ ଘନ କୁହୁଡ଼ି ବି ପଡୁଛି । ଚାନ୍ଦବାଲି ଓ ରାୟଗଡ଼ାରେ ଅତି ଘନ କୁହୁଡ଼ି ପଡ଼ିଥିଲା । ଦୃଶ୍ୟମାନ ଦୂରତା ରହିଥିଲା ୪୦ମିଟର । ପାରଦୀପ, ସୋନପୁର, ବୌଦ୍ଧରେ ବି ଦୃଶ୍ୟମାନ ହୋଇଥିଲା ଘନ କୁହୁଡ଼ି । କଟକ, ଭୁବନେଶ୍ୱର, କୋରାପୁଟ ଓ ନୟାଗଡ଼ରେ ହାଲୁକା କୁହୁଡ଼ି ପଡ଼ିଥିଲା ।
#ଚାନ୍ଦବାଲି ଏବଂ #ରାୟଗଡା ରେ #ଅତିଘନ କୁହୁଡି, ଦୃଶ୍ୟମାନ ଦୂରତା #୪୦ମିଟର #ପାରାଦୀପ, #ସୋନପୁର ଏବଂ #ବୌଦ୍ଧ ରେ #ଘନ କୁହୁଡି, #ପାରାଦୀପ ଠାରେ ଦୃଶ୍ୟମାନ ଦୂରତା #୫୦ମିଟର , ସୋନପୁର ଏବଂ ବୌଦ୍ଧ ଠାରେ ଦୃଶ୍ୟମାନ ଦୂରତା #୧୦୦ମିଟର #କଟକ, #ଭୁବନେଶ୍ୱର, #କୋରାପୁଟ, ଏବଂ #ନୟାଗଡ ଠାରେ ହାଲୁକା କୁହୁଡି ଦୃଶ୍ୟମାନ ଦୂରତା #୮୦୦ମିଟର pic.twitter.com/FbPO66GPLB
— Meteorological Centre, Bhubaneswar (@mcbbsr) December 7, 2020
Comments are closed.