ନୂଆଦିଲ୍ଲୀ: ଧାର୍ମିକ ସ୍ୱାଧୀନତାର ଉଲ୍ଲଂଘନ ମାମଲା ସାମ୍ନାକୁ ଆସିବା ପରେ ଚୀନ୍ ଏବଂ ପାକିସ୍ଥାନ ସମେତ ମୋଟ ୧୦ ଟି ଦେଶ ଉପରେ ଆମେରିକା କଡା ପଦକ୍ଷେପ ନେଇଛି। ଆମେରିକାର ବୈଦେଶିକ ସଚିବ ମାଇକ ପୋମ୍ପିଓ ମଙ୍ଗଳବାର ସୂଚନା ଦେଇଛନ୍ତି ଯେ ଚୀନ୍ ଏବଂ ପାକିସ୍ତାନକୁ ଆମେରିକା ଏକ ସ୍ୱତନ୍ତ୍ର ୱାଚ୍ ତାଲିକାରେ ସ୍ଥାନିତ କରିଛି।
ଧାର୍ମିକ ସ୍ୱାଧୀନତାକୁ ଦମନ କରାଯାଉଥିବା ଆମେରିକା ପ୍ରାୟ ଦଶଟି ଦେଶକୁ ସ୍ୱତନ୍ତ୍ର ୱାଚ ତାଲିକାରେ ରଖିଛି। ଆମେରିକା କହିଛି ଯେ ଏହି ସବୁ ଦେଶ ନିଜ ଦେଶରେ ଧାର୍ମିକ ନିର୍ଯ୍ୟାତନା ବନ୍ଦ କରିବାରେ ବିଫଳ ହୋଇଛନ୍ତି। ଏହି ଦେଶଗୁଡିକ ମଧ୍ୟରେ ମିଆଁମାର, ଚୀନ୍, ଇରାନ, ନାଇଜେରିଆ, ପାକିସ୍ଥାନ, ସାଉଦି ଆରବ, ତାଜିକିସ୍ତାନ, ତୁର୍କମେନିସ୍ତାନ, ଇରିଟ୍ରିଆ ଏବଂ ଉତ୍ତର କୋରିଆ ଅନ୍ତର୍ଭୁକ୍ତ।
ଏହି ଦେଶ ବ୍ୟତୀତ କୋମୋରସ୍, କ୍ୟୁବା, ନିକାରାଗୁଆ ଏବଂ ଋଷିଆକୁ ମଧ୍ୟ ଏକ ପୃଥକ ତାଲିକାରେ ରଖାଯାଇଛି, ଯାହା ଧାର୍ମିକ ସ୍ୱାଧୀନତାକୁ ଦମନ କରିଥିବା ଅଭିଯୋଗ ହୋଇଛି।
Comments are closed.