Latest Odisha News

BREAKING NEWS

କେବେ ଖୋଲିବ ଶ୍ରୀମନ୍ଦିର; ଆଜି ଦିନ ୧୨ ଟା ରେ ବସିବ ଛାତିଶା ନିଯୋଗ ବୈଠକ

ପୁରୀ: କେବେ ଖୋଲିବ ଶ୍ରୀମନ୍ଦିର? ଏ ସମ୍ପର୍କରେ ଆଜି ନିଆଯିବ ନିଷ୍ପତି । ଆଜି ମଧ୍ୟାହ୍ନ ୧୨ ଟାରେ ନୀଳାଦ୍ରି ଭକ୍ତ ନିବାସରେ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହେବା ନେଇ ସୂଚନା ମିଳିଛି।

ସୂଚନାନୁସାରେ, ଏହି ବୈଠକରେ ଶ୍ରୀମନ୍ଦିର ଖୋଲିବା ନେଇ ଆଲୋଚନା ହେବ । ପୂର୍ବରୁ ଏ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ ପରିଚାଳନା କମିଟି ସଦସ୍ୟ, ବରିଷ୍ଠ ସେବାୟତ ଓ ଅନ୍ୟ ମାନଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ଆଜିର ନିଷ୍ପତି ରାଜ୍ୟ ସରକାରଙ୍କୁ ଅବଗତ କରାଯିବ ବୋଲି କୁହାଯାଇଛି।

ଏହା ସହ ଚଳିତ ମାସ ୧୫ ତାରିଖରୁ ଜାନୁଆରୀ ୧୩ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପହିଲିଭୋଗ ହେବାକୁ ଥିବା ବେଳେ ଏହି ବୈଠକରେ ଏହାର ନୀତି ନିର୍ଘଣ୍ଟ କରାଯିବ । ଜାନୁଆରୀ ୧୪ ରେ ମକର ସଂକ୍ରାନ୍ତି ପଡୁଥିବାରୁ ତାର ନୀତି ନିର୍ଘଣ୍ଟ ଓ ସେହି ମାସ ୨୮ ରେ ମହାପ୍ରଭୁଙ୍କ ଦେବାଭିସେକ ନୀତି ନିର୍ଘଣ୍ଟ ପ୍ରଭୃତି ଆଜିର ବୈଠକରେ କରାଯିବ ବୋଲି ଜଣାପଡିଛି ।

Comments are closed.