Latest Odisha News

BREAKING NEWS

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଆରଆଇ

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ତହସିଲ ଅନ୍ତର୍ଗତ ବରଡିଆ ରେଭିନ୍ୟୁ ସର୍କଲର ରେଭିନ୍ୟୁ ଇନ୍ସପେକ୍ଟର (ଆରଆଇ) ଅନିତା ତରାଇ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ।

ପ୍ରାପ୍ତ ସୂଚନାନୁଯାୟୀ, ଜିଲ୍ଲାର ଗୁଆଲିଗାଁର ସବିତା ମଲ୍ଲିକଙ୍କ ଅଭିଯୋଗ ପରେ ଭିଜିଲାନ୍ସ ଟିମ୍ ଆରଆଇଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା ।

ଅଭିଯୋଗକାରୀଙ୍କ କହିବାନୁସାରେ, ବିବାଦୀୟ ଜମିକୁ ନେଇ ଏକ ରିପୋର୍ଟ ଦାଖଲ କରିବା ନେଇ ତାଙ୍କୁ ୫,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଯାହା ପରେ ସେ ଏନେଇ ଭିଜିଲାନ୍ସକୁ ଜଣାଇଥିଲେ । ପରେ ଲାଞ୍ଚ ନେଉଥିବା ବେଳେ ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସ ଟିମ୍ ଆରଆଇଙ୍କୁ ଧରିଥିଲା ।

Comments are closed.