ନୂଆଦିଲ୍ଲୀ: କାର୍ତ୍ତିକ ଆର୍ଯ୍ୟନ୍ ରାମ ମାଧବନୀଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଧମାକା’ର ସୁଟିଂ ଆରମ୍ଭ କରିଛନ୍ତି। କାର୍ତ୍ତିକଙ୍କୁ ଏହି ଫିଲ୍ମରେ ସାମ୍ବାଦିକ-ଆଙ୍କର୍ ଭାବରେ ଦେଖିବାକୁ ମିଳିବ। କାର୍ତ୍ତିକ ବର୍ତ୍ତମାନ ଫିଲ୍ମରେ ତାଙ୍କ ନୂଆ ଲୁକ୍ର ପରିଚୟ ଦେଇଛନ୍ତି ଏବଂ ତାଙ୍କ ଫଟୋ ସେୟାର କରିଛନ୍ତି।
ଇନଷ୍ଟାଗ୍ରାମରେ ସେୟାର ହୋଇଥିବା ଫଟୋରେ କାର୍ତ୍ତିକ ଏକ ସୁଟ୍-ବୁଟ୍ ରେ ନଜର ଆସିଛନ୍ତି। ଆଖିରେ ଫ୍ରେମ୍ଲେସ୍ ଚଷମା ଲଗାଇଛନ୍ତି। କିନ୍ତୁ ଏହି ଫଟୋରେ ଯାହା ଅଧିକ ଧ୍ୟାନ ଆକର୍ଷଣ କରୁଛି ତାହା ହେଉଛି ତାଙ୍କ ସାର୍ଟରେ ପଡିଥିବା କିଛି ରକ୍ତ ଛିଟା। ଏହା ଦର୍ଶକଙ୍କ ସସ୍ପେନ୍ସକୁ ଆହୁରି ମଜଭୁତ୍ କରିଛି। ଏହି ଫଟୋ ସହିତ କାର୍ତ୍ତିକ ଲେଖିଛନ୍ତି – ଅର୍ଜୁନ ପାଠକଙ୍କୁ ଭେଟନ୍ତୁ। ଫିଲ୍ମ ‘ଧମାକା’ ଏକବିଂଶ ଶତାବ୍ଦୀରେ ନ୍ୟୁଜ୍ ଚ୍ୟାନେଲଗୁଡିକର କାର୍ଯ୍ୟ କରିବାର କୌଶଳକୁ ପ୍ରଦର୍ଶିତ କରୁଛି।
ଫିଲ୍ମରେ କାର୍ତ୍ତିକ ଜଣେ ସାମ୍ବାଦିକ ଚରିତ୍ରରେ ଅବତୀର୍ଣ୍ଣ ହୋଇଛନ୍ତି। ଯିଏ ଆତଙ୍କବାଦୀ ଆକ୍ରମଣର ଲାଇଭ ଟେଲିକାଷ୍ଟକୁ କଭର୍ କରୁଛନ୍ତି। ଫିଲ୍ମର ସୁଟିଂ ଆରମ୍ଭ ହୋଇସାରିଛି।
Comments are closed.