Latest Odisha News

ଆଜିଠୁ ଆରମ୍ଭ ହେଲା ଓଡିଶାରେ ପକ୍ଷୀ ଗଣନା କାର୍ଯ୍ୟକ୍ରମ

ଭୁବନେଶ୍ୱର : ସାରା ରାଜ୍ୟରେ ଗୁରୁବାର ଦିନ ପକ୍ଷୀ ଗଣନା ଆରମ୍ଭ ହୋଇଛି । ରାଜ୍ୟ ବନବିଭାଗ ପକ୍ଷରୁ ୫ ଏକ୍ସପର୍ଟ, ୩ ଏସିଏଫ ଏବଂ ୭୦ ଜଣ ବନବିଭାଗ କର୍ମଚାରୀଙ୍କ ସମେତ ପ୍ରାୟ ୨୬ ଟି ଟିମ୍ ବ୍ରହ୍ମଗିରି, ନନ୍ଦନକାନନ, ଶିମିଳିପାଳ ଏବଂ ଅନ୍ୟ ବନଖଣ୍ଡରେ ପକ୍ଷୀ ଗଣନା କାର୍ଯ୍ୟକ୍ରମରେ ନିୟୋଜିତ ହୋଇଛନ୍ତି ।

ବ୍ରହ୍ମଗିରି ବନଖଣ୍ଡ ନିକଟସ୍ଥ ଚିଲିକା ରେ ଆଜି ସକାଳ ପ୍ରାୟ ୬ଟାରୁ ପକ୍ଷୀ ଗଣନା ଆରମ୍ଭ ହୋଇଛି। ସେହିପରି ବ୍ରହ୍ମଗିରି ରେଞ୍ଜରେ ପ୍ରତି ଟିମରେ ୧୦ ଜଣ ଅଧିକାରୀଙ୍କୁ ନେଇ ୩ଟି ଟିମ୍ ଯାଇ ପକ୍ଷୀ ଗଣନା କରିଛନ୍ତି।

ଏଥିପାଇଁ ୨୫ରୁ ଅଧିକ ସ୍ୱତନ୍ତ୍ର କ୍ୟାମ୍ପ କରାଯାଇଛି। ପକ୍ଷୀ ଗଣନା ପାଇଁ ପ୍ରାୟ ଏକ ହଜାରରୁ ଅଧିକ ବନ କର୍ମଚାରୀ, ସ୍ୱେଚ୍ଛାସେବୀ ଓ ପକ୍ଷୀପ୍ରେମୀ ନିୟୋଜିତ ହେବେ ।

ଚିଲିକା ହ୍ରଦରେ ଜାନୁଆରୀ ୪ ଏବଂ ଜାନୁଆରି ୬ ତାରିଖରୁ ଭିତରକନିକା ଅଭୟାରଣ୍ୟ ଓ ହୀରାକୁଦରେ ପକ୍ଷୀ ଗଣନା କାର୍ଯ୍ୟକ୍ରମ ହେବ ।

ଏହି ପକ୍ଷୀ ଗଣନା କାର୍ଯ୍ୟକ୍ରମ ଯୋଗୁଁ କେନ୍ଦ୍ରାପଡା ଜିଲ୍ଲାର ଭିତରକନିକା ଅଭୟାରଣ୍ୟ ପର୍ଯ୍ୟଟକମାନଙ୍କ ପାଇଁ ଜାନୁଆରି ୬ରୁ ୧୪ ତାରିଖ ଯାଏଁ ବନ୍ଦ ରହିବ । ଏହି ସମୟରେ କୁମ୍ଭୀର ଓ ବିଦେଶାଗତ ପକ୍ଷୀମାନଙ୍କର ମଧ୍ୟ ଗଣନା ହେବ ।

ସେହିପରି ବାର୍ଷିକ କୁମ୍ଭୀର ଗଣନା କାର୍ଯ୍ୟକ୍ରମ ମହାନଦୀ ମୁହାଣ, ଭିତରକନିକାର ନଦୀ ମୁହାଣ, ଘୋଡାହାଡ ନଦୀ ମୁହାଣ ଏବଂ ଶିମିଳିପାଳ ନଦୀ ମୁହାଣରେ ଗଣନା କାର୍ଯ୍ୟ କରାଯିବା ନେଇ ସୂଚନା ମିଳିଛି ।

ଆହୁରି ମଧ୍ୟ ବାର୍ଷିକ ଡଲଫିନ୍ ଗଣନା ଜାନୁଆରି ୧୯ ତାରିଖରେ ଆରମ୍ଭ ହେବା ନେଇ ସୂଚନା ମିଳିଛି ।

Comments are closed.