Latest Odisha News

ଜାନୁଆରୀ ୩ରୁ ଖୋଲିବ ଖୋର୍ଦ୍ଧାରେ ସମସ୍ତ ଧର୍ମାନୁଷ୍ଠାନ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଜାନୁଆରୀ ୩ ତାରିଖରୁ ଖୋଲିବାକୁ ଯାଉଛି। ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ସନତ କୁମାର ମହାନ୍ତି।

ଜିଲ୍ଲାପାଳଙ୍କ ପକ୍ଷରୁ କୋଭିଡ-୧୯ ନିର୍ଦ୍ଦେଶାବଳୀକୁ କଡାକଡି ଭାବେ ପାଳନ କରିବାକୁ ଜିଲ୍ଲାର ସମସ୍ତ ମନ୍ଦିର ତଥା ଧର୍ମାନୁଷ୍ଠାନକୁ ନିର୍ଦ୍ଦେଶ ଦିଆଯାଇଛି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ (ବିଏମସି) ଅଧୀନରେ ଥିବା ଧର୍ମାନୁଷ୍ଠାନ ଗୁଡ଼ିକର ଖୋଲିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ।

Leave A Reply

Your email address will not be published.