Latest Odisha News

ନିଆରା ଢଙ୍ଗରେ ନୂଆବର୍ଷ ପାଳିଲେ ହ୍ରିତିକ୍‌

ନୂଆଦିଲ୍ଲୀ: ନୂତନ ବର୍ଷକୁ ସ୍ବାଗତ କରିବା ପାଇଁ ବଲିଉଡ ତାରକାମାନେ ୨୦୨୦ର ଶେଷ ରାତିରେ ଜୋରଦାର ପାର୍ଟି କରିଥିଲେ। ତେବେ କରୋନା ମହାମାରୀ ହେତୁ ଏହି ନୂଆ ବର୍ଷର ମଉଜ ଫିକା ମଧ୍ୟ ପଡ଼ିଥିଲା। ତେବେ ହ୍ରିତିକ ରୋଶନଙ୍କ ନୂଆ ବର୍ଷ ପାଳନ କରୁଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ଗୀତ ଗାଇ ନାଚୁଥିବାର ଦେଖିବାକୁ ମିଳିଛି।

BjdElectrycity

ଉକ୍ତ ଭିଡିଓଟି ଗାୟକ ମୀକା ସିଂ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ଏଥିରେ ସମ୍ପୂର୍ଣ୍ଣ ରେଷ୍ଟୁରାଣ୍ଟଟି ସୁସଜ୍ଜିତ ହୋଇଥିବା ଦେଖିବାକୁ ମିଳିଛି। ମିକା ନିଜେ ଗୀତାର୍‌ ବଜଉଥିବା ନଜର ଆସିଛନ୍ତି।  ସେଠାରେ ଏକ ସଙ୍ଗୀତ ବାଦ୍ୟଯନ୍ତ୍ର ମଧ୍ୟ ଅଛି। ହ୍ରିତିକ୍ ଲୋକପ୍ରିୟ ଗୀତ ଏକ ପଲ୍ କା ଜୀନା… ନିଜ ଡେବ୍ୟୁ ଚଳଚ୍ଚିତ୍ର କାହୋ ନା ପ୍ୟାର ହୈ ଗୀତରେ ନୃତ୍ୟ ପରିବେଷଣ କରୁଥିବା ଦେଖିବାକୁ ମିଳିଛି। ଭିଡିଓରେ କିଛି ଲୋକ ତାଙ୍କୁ ଉତ୍ସାହିତ ମଧ୍ୟ କରୁଛନ୍ତି। ମୀଖା ଏହା ସହିତ ଲେଖିଛନ୍ତି- ନୂଆ ବର୍ଷର ଶୁଭେଚ୍ଛା। ହ୍ରିତିକ ରୋଶନଙ୍କ ସହ ଏକ ସୁନ୍ଦର ସମୟ ବିତାଇଲି। ସୁନ୍ଦର ପାର୍ଟି ପାଇଁ ଧନ୍ୟବାଦ। ସମସ୍ତଙ୍କୁ ନୂତନ ବର୍ଷର ଶୁଭେଚ୍ଛା। ଭଗବାନ, ଆପଣ ସମସ୍ତଙ୍କୁ ସୁସ୍ଥ ଏବଂ ସୁଖରେ ରୁହନ୍ତୁ। ବିଦାୟ ୨୦୨୦ ଏବଂ ସ୍ୱାଗତ ୨୦୨୧।

Leave A Reply

Your email address will not be published.