Latest Odisha News

BREAKING NEWS

ରାଜ୍ୟରେ କମୁଛି କରୋନା କାୟା: ୨୪ ଘଣ୍ଟାରେ ୨୫୨ ପଜିଟିଭ୍, ୮ ଜିଲ୍ଲାରୁ ନୂଆ ଆକ୍ରାନ୍ତ ଶୂନ

ଭୁବନେଶ୍ୱର: ରାଜ୍ୟର ୮ଟି ଜିଲ୍ଲାରୁ ଆଜି ଚିହ୍ନଟ ହୋଇ ନାହାନ୍ତି କରୋନା ଆକ୍ରାନ୍ତ । ଗତ ୨୪ଘଣ୍ଟାରେ ୨୨ ଜିଲ୍ଲାରୁ ନୂଆ ସଂକ୍ରମିତ ବାହାରିଛନ୍ତି । ଦିନକରେ ଚିହ୍ନଟ ହୋଇଛନ୍ତି ଆଉ ୨୫୨ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୧୪୮ ଜଣ ଥିବା ବେଳେ ଲୋକାଲ କଣ୍ଟାକ୍ଟ କେସ୍ ରହିଛି ୧୦୩ଟି ।

ସମ୍ୱଲପୁର ଜିଲ୍ଲାରୁ ସର୍ବାଧିକ ୩୫ ଜଣ ନୂଆ ଆକ୍ରାନ୍ତ ବାହାରିଛନ୍ତି । ସୁନ୍ଦରଗଡ଼ରେ ଏହି ସଂଖ୍ୟା ୩୪ । ଅନୁଗୁଳରୁ ୩୧ ଓ ନୂଆପଡ଼ା ଜିଲ୍ଲାରେ ସଂକ୍ରମିତ ହୋଇଛନ୍ତି ଆଉ ୨୩ଜଣ । ବାକି ୧୮ ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ଭିତରେ ରହିଛି । ଏଥିରୁ ୧୧ଟି ଜିଲ୍ଲାରେ ଦୁଇ ଅଙ୍କ ତଳେ ରହିଛି ପଜିଟିଭ୍ କେସ୍ ।

ଢେଙ୍କାନାଳ, ଗଜପତି, କନ୍ଧମାଳ, କଳାହାଣ୍ଡି, କେନ୍ଦୁଝର, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା ଜିଲ୍ଲାରୁ କେହି ଜଣେ ବି ନୂଆ ସଂକ୍ରମିତ ହୋଇନାହାନ୍ତି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୩ଲକ୍ଷ ୩୦ହଜାର ୧୧୭କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଛନ୍ତି ୩ଲକ୍ଷ ୨୫ହଜାର ୭୩୩ ଆକ୍ରାନ୍ତ । ଏବେ ରାଜ୍ୟରେ ୨ହଜାର ୪୫୧ଟି ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.