ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ସାଧାରଣ ଲୋକଙ୍କ ପାଇଁ ଭଗବାନ ସାଜିଥିଲେ ଅଭିନେତା ସୋନୁ ସୁଦ। ପରଦା ଉପରେ ଖଳନାୟକ ହେଉଥିବା ସୋନୁ ବାସ୍ତବ ଜୀବନର ନାୟକ ହୋଇପାରିଥିଲେ। ତେବେ ସୋନୁ ସୁଦ ଖୁବ୍ ଶୀଘ୍ର ତାଙ୍କର ନୂଆ ଚଳଚ୍ଚିତ୍ରରେ ନଜର ଆସିବେ। ସୋନୁଙ୍କ ଏହି ନୂଆ ପ୍ରୋଜେକ୍ଟକୁ ନେଇ ଅମିତାଭ ବଚ୍ଚନ ନିଜେ ଘୋଷଣା କରିଛନ୍ତି। ଅମିତାଭ ସୋନୁ ସୁଦଙ୍କ ଫିଲ୍ମ ‘କିସାନ’ ବିଷୟରେ ଟ୍ୱିଟ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ଅମିତାଭ ଟ୍ୱିଟ୍ କରି କହିଛନ୍ତି ଯେ ଫିଲ୍ମ ‘କିସାନ’ ପାଇଁ ଶୁଭେଚ୍ଛା। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଇ ନିୱାସ ଦେଇଥିବା ବେଳେ ଏଥିରେ ଅଭିନୟ କରିଛନ୍ତି ସୋନୁ ସୁଦ। କିସାନ୍’ ଚଳଚ୍ଚିତ୍ର ପାଇଁ ଶୁଭେଚ୍ଛା। ଏହି ଚଳଚ୍ଚିତ୍ରଟି ଡ୍ରିମ୍ ଗାର୍ଲର ନିର୍ଦ୍ଦେଶକ ରାଜ ସାନ୍ଦିଲ୍ୟାଙ୍କ ଦ୍ୱାରା ପ୍ରସ୍ତୁତ ହେଉଛି।
Comments are closed.