Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶି ଫଳ
ତା ୫-୧-୨୦୨୧ ମଙ୍ଗଳବାର

ଆଜି ଦିନର ମହତ୍ତ୍ୱ
ଆଜି ୨୦୨୧ ମସିହା ଜାନୁଆରୀ ତା ୫ ରିଖ ମଙ୍ଗଳବାର ଧନୁ ୨୨ ଦିନ ପୌଷ ମାସ କୃଷ୍ଣ ପକ୍ଷ ସପ୍ତମୀ ତିଥି ଉତ୍ତରାଫାଲଗୁନୀ ନକ୍ଷତ୍ର କନ୍ୟା ଚନ୍ଦ୍ର
ଘାତ ବାର: ମକର ରାଶିର
ଘାତ ଚନ୍ଦ୍ର: ବୃଷ ରାଶି ପୁରୁଷ ଓ ଧନୁ ରାଶି ମହିଳାଙ୍କର
ଆଜି- ତାଳ ଖାଇବା ନିଷେଧ

ମେଷ:
ଆଜି ଦେବଦର୍ଶନର ସୁଯୋଗମିଳିବ । ଦାମ୍ପତ୍ୟ ଜୀବନ ପୂର୍ବ ଅପେକ୍ଷା ଅଧିକ ଭଲ ହେବ । ଯେଉଁକାମ କରିବେ ସେଥିରେ ସଫଳତା ମିଳିବ । ମହିଳାମାନେ ସୌଭାଗ୍ଯ ବତୀ ହେବେ । ବିଦ୍ୟାର୍ଥୀମାନେ ବିଦେଶ ଯାତ୍ରା କରିବେ।

ବୃଷ:
ପ୍ରତେକଟି ଦିଗରୁ ଲାଭ ବାନ ହେବେ । ଧାର୍ମିକ ଅନୁଷ୍ଠାନରେ ଆପଣଙ୍କୁ ସେବା କରିବାର ଅବସର ମିଳିବ। ବ୍ୟବସାୟ ଲାଗି ଦିନଟି ଭଲ ରହିବ। ଅଫିସରେ କିଛି ଏଭଳି କାମ ହେବ ଯାହା ଦ୍ବାରା ଆପଣଙ୍କର ପ୍ରଶଂସା ହେବ।

ମିଥୁନ:
ଜଗି ରଖି ଚଳନ୍ତୁ ଅଚାନକ କୌଣସି କଥାକୁ ନେଇ ମନୋଭାବ ଖରାପ ହୋଇପାରେ। ମାତାପିତାଙ୍କ ସେବା କରନ୍ତୁ, କାର୍ଯ୍ୟକ୍ଷେତ୍ରରେ ଉନ୍ନତି ଦେଖିବାକୁ ମିଳିବ। ମିତ୍ରଙ୍କ ଠାରୁ ଭଲ ଖବର ପାଇବେ।ବ୍ଯବସାୟରେ ଆଶାନୁରୂପ ସଫଳତା ମିଳିବ ।

କର୍କଟ:
ଆଜି ଆପଣଙ୍କୁ ସଫଳତା ମିଳିବ । ଆପଣଙ୍କ  ପ୍ରତିଦ୍ୱନ୍ଦୀ ପରାଜୟ ହେବେ । କର୍ମ କ୍ଷେତ୍ରରେ ମାନ ସମ୍ମାନ ମିଳିବ । ବ୍ୟବସାୟରୁ ଲାଭ ଭାନ ହେବେ। ପ୍ରେମରେ ସଫଳତା ମିଳିବ।

ସିଂହ:

ମନରେ  ଦ୍ଵନ୍ଦ ରହିବ ।ଶତୃମାନେ ପରାଜିତ ହେବେ ।କୌଣସି ସମସ୍ୟାର ସମାଧାନ ଲାଗି ଦିନଟି ଉତ୍ତମ ରହିରହିବ । ବନ୍ଧୁ ମାନେ ସାହାଯ୍ୟ ସହଯୋଗର ହାତ ବଢ଼ାଇବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବାରେ ବ୍ୟସ୍ତ ରହିବେ।

କନ୍ୟା:
ଆଜି ଆପଣଙ୍କ ମନ ଅଶାନ୍ତ ରହିବା ସହ ବୃଥା ଭାବନା ଦେଖା ଦେବ । ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ଆହୁରି ମଧୁର ହେବ। କୌଣସି କମ୍ପାନୀରେ ଚାକିରିର ସୁଯୋଗ ମିଳିପାରେ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଅନୁକୂଳ।

ତୁଳା:
ନୂଆ ଆହ୍ବାନର ସାମନା କରିବେ। କୌଣସି କାମ ତରବରିଆ ଭାବେ କରନ୍ତୁ ନାହିଁ; ଅସୁବିଧାର ସମ୍ମୁଖୀନ ହେବେ। ବ୍ୟବସାୟରେ ପୂର୍ବ ଅପେକ୍ଷା ଆୟ ବୃଦ୍ଧି ଘଟିବ । କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିବ ।

ବିଛା:
ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ଘର ଓ ଦୋକାନରେ ଲାଗିରହିଥିବା ସମସ୍ୟାର ସମାଧାନ ହେବ। ଅଫିସରେ ବାତାବରଣ ଅନୁକୂଳ ରହିବ। ମହତ୍ତ୍ୱପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହୋଇପାରେ।ବିଦ୍ଯାର୍ଥୀମାନଙ୍କ ପାଇଁ ଦିନଟି ଅନୁକୂଳ ରହିବ ।

ଧନୁ:
ସାବଧାନର ସହ କାମ କରନ୍ତୁ, ଲାଭ ପାଇବେ। କେହି ଜଣେ ବ୍ୟକ୍ତି ସାହାଯ୍ୟ କରିବେ । କୌଣସି ନୂଆ ଲୋକଙ୍କ ସହିତ ବନ୍ଧୁତା କରିବେ। ପରିବାର ସମ୍ବନ୍ଧୀୟ କୌଣସି କାମ ପୂରା ହୋଇପାରେ।

ମକର:
ଆଜି ପୂରାଦିନ ଆପଣଙ୍କ ମନ ପ୍ରସନ୍ନ ରହିବ। ପରିବାରରୁ ପୁର୍ଣ୍ଣ ସହଯୋଗ ମିଳିବ। ପୂର୍ବର କାମ ପୂରା କରିବା ଲାଗି ନୂଆ ଯୋଜନା କରିବେ ।ବ୍ୟବସାୟରେ ରେ ସଫଳତା ମିଳିବ।

କୁମ୍ଭ:

ଦିନଟି ଆପଣଙ୍କ ଲାଗି ମଧ୍ୟମ ରହିବ। ବ୍ୟବସାୟରେ ସଫଳତା ମିଳିବ । ମହିଳାମାନେ ପ୍ରଶଂସନୀୟ
ହେବେ । ପାରିବାରିକ ଜୀବନ ସୁଖମୟ ହେବ । ବିଦ୍ଯାର୍ଥୀମାନେ ବିଦ୍ଯାରେ ସଫଳତା ପାଇବେ।

ମୀନ:
ଆପଣଙ୍କ ନିଷ୍ପତ୍ତିରେ ଆପଣଙ୍କୁ ଯଥେଷ୍ଟ ଲାଭ ମିଳିବ। ଅଫିସରେ ଲାଗି ରହିଥିବା ବିଶୃଙ୍ଖଳାର ସମାଧାନ ହୋଇଯିବ। ବ୍ୟବସାୟରେ ଆଶାଠାରୁ ଅଧିକ ଲାଭ ମିଳିବ । ପ୍ରେମ ସମ୍ପର୍କରେ ମଧୂରତା ସହ ସ୍ୱୀକୃତି ମିଳିପାରେ।

ଜ୍ଯୋତିବିଦ୍ ନିରଞ୍ଜନ ମହାପାତ୍ର ମୋବାଇଲ ନମ୍ବର :୯୪୩୭୨୨୫୪୩୪

Leave A Reply

Your email address will not be published.