Latest Odisha News

BREAKING NEWS

ମାହାଙ୍ଗା ଡବଲ ମର୍ଡର ଘଟଣାରେ ୪ ଅଭିଯୁକ୍ତ ଗିରଫ

କଟକ: ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀଙ୍କୁ ହତ୍ୟା ମାମଲାରେ ପୁଲିସ ୪ ଜଣଙ୍କୁ ଗିରଫ କରିଛି । ଏମାନଙ୍କ ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ଥିବା ଜଣାପଡିଛି । । ଏମାନଙ୍କୁ ଏକ ଅଜ୍ଞାତ ସ୍ଥାନରେ ବର୍ତ୍ତମାନ ପଚରାଉଚରା ଚାଲିଛି । ଏଥି ସହ ଅଟକ ଅଭିଯୁକ୍ତଙ୍କୁ ନେଇ ହତ୍ୟାକାଣ୍ଡର ଡେମୋ ଦେଖିଛି ପୋଲିସ ।

ସେପଟେ ମାହାଙ୍ଗା ଥାନାରେ ଏସପି ବି. ଯୁଗଳ କିଶୋର ଓ ଡିଆଇଜି ଆଶିଷ ସିଂଙ୍କ ସମେତ କିଛି ବରିଷ୍ଠ ପୋଲିସ ଅଧିକାରୀ ରୁଦ୍ଧଦ୍ୱାର ବୈଠକ କରୁଛନ୍ତି ।

ଗତ ଦୁଇ ତାରିଖ ରାତିରେ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ରାସ୍ତାରେ ଯାଉଥିବା ବେଳେ ତାଙ୍କ ଉପରକୁ ଆକ୍ରମଣ ହୋଇଥିଲା । ଗୁରୁତର ଅବସ୍ଥାରେ ସେମାନଙ୍କ ଡାକ୍ତରଖାନାକୁ ନିଆଯାଇଥିଲେ ସୁଦ୍ଧା ସେଠାରେ ଡାକ୍ତର କୁଳମଣିଙ୍କୁ ମୃତ ଘୋଷଣା କରିଥିଲେ । ପରେ ତାଙ୍କ ସହେଯାଗୀଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । ଏହି ଘଟଣାର ତଦନ୍ତ ପାଇଁ ପୋଲିସ ଏକ ୫ ଜଣିଆ ଟିମ ଗଠନ କରିଥିଲା ।

Leave A Reply

Your email address will not be published.