Latest Odisha News

BREAKING NEWS

ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ

କଟକ: ମାହାଙ୍ଗାରେ ବିଜେପି ନେତା ଓ ସହଯୋଗୀଙ୍କୁ ହତ୍ୟା ମାମଲାରେ ଗିରଫ ହୋଇଛନ୍ତି ଆଉ ଜଣେ ଅଭିଯୁକ୍ତ । ତାକୁ ବାନ୍ଧିଛି କଟକ ଗ୍ରାମାଞ୍ଚଳ ପୋଲିସ । ହତ୍ୟାକାଣ୍ଡ ଘଟଣାରେ ଗିରଫ ଅଭିଯୁକ୍ତ ସଂଖ୍ୟା ୫କୁ ବୃଦ୍ଧି ପାଇଛି । ବିଜେପି ନେତାଙ୍କୁ ହତ୍ୟା ମାମଲାରେ ଗତକାଲି ୪ଜଣଙ୍କୁ ଗିରଫ କରିଥିଲା ପୋଲିସ ।

ମୁଖ୍ୟ ଅଭିଯୁକ୍ତ ପଞ୍ଚାନନ ସେଠୀ ଓ ତିନି ସହଯୋଗୀଙ୍କୁ ଗିରଫ କରାଯାଇଥିଲା । ପଞ୍ଚାନନକୁ ଘଟଣାସ୍ଥଳକ ନେଇ କ୍ରାଇମ ସିନ୍ ରିକ୍ରିଏସନ୍ ବି କରିଥିଲା ପୋଲିସ । ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ର ବି ଜବତ ହୋଇଛି । ତେବେ କେଉଁ କାରଣରୁ କୁଳମଣି ବରାଳ ଓ ଦିବ୍ୟସିଂହ ବରାଳକୁ ସେମାନେ ହତ୍ୟା କଲେ ତାହା ଅସ୍ପଷ୍ଟ ରହିଛି ।

Leave A Reply

Your email address will not be published.