Latest Odisha News

ଅଭିନେତ୍ରୀରୁ ରାଜନେତ୍ରୀ ପର୍ଯ୍ୟନ୍ତ କେମିତି ଥିଲା ନୁସ୍‌ରତ୍‌ଙ୍କ ଜୀବନ ଯାତ୍ରା

ନୂଆଦିଲ୍ଲୀ: ଅଭିନୟ ଜଗତରେ ନିଜର ଅଭିନୟର ଦକ୍ଷତା ପ୍ରତିପାଦନ କରିବ‌ା ପରେ ରାଜନୈତିକ ଦୁନିଆରେ ପାଦ ଦେଇଥିବା ନୁସରତଙ୍କର ଆଜି ୩୧ତମ ଜନ୍ମଦିନ। ସେ ଆଜି ତାଙ୍କ ୩୧ ତମ ଜନ୍ମଦିନ ପାଳନ କରୁଛନ୍ତି। ନୁସ୍‌ରତ ବଙ୍ଗଳା ସିନେମାର ଅନେକ ସୁପରହିଟ୍ ଚଳଚ୍ଚିତ୍ରରେ କାମ କରିଛନ୍ତି। ଏହା ପରେ ସେ ବର୍ତ୍ତମାନ ଟିଏମ୍‌ସିର ସାଂସଦ ହୋଇଛନ୍ତି। ବଙ୍ଗୀୟ ମୁସଲମାନ ପରିବାରରେ ଜନ୍ମଗ୍ରହଣ କରିଥିବା ନୁସ୍‌ରତ ତାଙ୍କ କାର୍ଯ୍ୟ ସାମ୍ନାରେ ବିବାଦ କାରଣରୁ ଅନେକ ଥର ଚର୍ଚ୍ଚାରେ ରହିଆସିଛନ୍ତି।

ସୋସିଆଲ ମିଡିଆରେ ସକ୍ରିୟ ଥିବା ନୁସରତ ଜାହାନ ଥରେ ଦୁର୍ଗାଙ୍କ ଲୁକରେ ଫଟୋ ସେୟାର କରିଥିଲେ, ଯାହା ପରେ ତାଙ୍କୁ କଡା ବିରୋଧ କରାଯାଇଥିଲା। ଏପରିକି ତାଙ୍କୁ ଜୀବନରୁ ମାରିଦିଆଯିବା ନେଇ ଧମକ ଦିଆଯାଇଥିଲା। ଏହା ପରେ ନୁସରତ ଏକ ଅଭିଯୋଗ ଦାଖଲ କରିଥିଲେ।

ଚଳଚ୍ଚିତ୍ର ଜଗତରୁ ରାଜନୀତିରେ ଆସିଥିବା ନୁସରତ ସୋସିଆଲ ମିଡିଆରେ ଅନେକ ସମୟରେ ନିଜର ବୋଲ୍ଡ ଫଟୋ ସେୟାର କରନ୍ତି। ତେବେ, ଯେତେବେଳେ ରାଜନୀତିରେ ପାଦ ଦେବା ପରେ ସେ ଇନଷ୍ଟାଗ୍ରାମରେ ତାଙ୍କର କିଛି ବୋଲ୍ଡ ଫଟୋ ସେୟାର କରିଥିଲେ ସେତେବେଳେ ଏହି ସମସ୍ୟା ଦେଖାଦେଇଥିଲା। ଏହି ଛବିଗୁଡ଼ିକରେ ନୁସ୍‌ରତଙ୍କୁ କଠୋର ଭାବେ ଟ୍ରୋଲ କରାଯାଇଥିଲା ଏବଂ ଲୋକମାନେ କଡ଼ା ମନ୍ତବ୍ୟ ମଧ୍ୟ ଦେଇଥିଲେ। ସାଂସଦ ନୁସରତ ଟ୍ରୋଲର ଜବାବ ଦେଇ କହିଥିଲେ ଯେ ମୁଁ ଯେମିତି ସେମିତି ରହିବାକୁ ଭଲ ପାଏ।

ନୁସରତ ଜାହାନଙ୍କ ପ୍ରେମ କାହାଣୀ ମଧ୍ୟ ବହୁତ ଲୋକପ୍ରିୟ ହୋଇଛି। ନୁସ୍‌ରତ ଏକ ଇଣ୍ଟରକଷ୍ଟ ବିବାହ କରିଥିଲେ। ସେ ନିଜେ ଜଣେ ମୁସଲମାନ କିନ୍ତୁ ତାଙ୍କ ସ୍ୱାମୀ ନିଖିଲ ଜୈନ ଜଣେ ହିନ୍ଦୁ। ୨୦୧୮ ରୁ ଦୁହେଁ ପରସ୍ପରକୁ ଡେଟ୍ କରୁଥିଲେ ଏବଂ ଜୁନ୍ ୨୦୧୯ ରେ ଦୁହେଁ ତୁର୍କୀରେ ବିବାହ କରିଥିଲେ୧ ମୁସଲମାନ ହେବା ସତ୍ବେ ନୁସରତ ଜଣେ ହିନ୍ଦୁ ପୁଅକୁ ବିବାହ କରିଥିବାରୁ ଟ୍ରୋଲ ହୋଇଥିଲେ।

Comments are closed.