Latest Odisha News

BREAKING NEWS

ବିରୁଷ୍କାଙ୍କ ଘରକୁ ଆସିଲେ ଲକ୍ଷ୍ମୀ

ମୁମ୍ବାଇ: କ୍ରିକେଟର ବିରାଟ କୋହଲୀ ଓ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଆଜି ଏକ କନ୍ୟା ସନ୍ତାନ ଲାଭ କରିଛନ୍ତି । ଅପରାହ୍ନରେ ଅନୁଷ୍ଟା ଝିଅକୁ ଜନ୍ମ ଦେଇଛନ୍ତି । ଏ ନେଇ ବାପା ବିରାଟ ସୋସିଆଲ ମିଡିଆ ଜରିଆରେ ଫ୍ୟାନମାନଙ୍କୁ ଜଣାଇଛନ୍ତି ।

ବିରାଟ ଲେଖିଛନ୍ତି ଯେ, ‘ଆଜି ଅପରାହ୍ନରେ ଆମେ ଏକ କନ୍ୟା ସନ୍ତାନର ବାପା ମାଆ ହୋଇଛୁ । ଆପଣମାନେ ଦେଇଥିବା ଶୁଭେଚ୍ଛା, ଭଲ ପାଇବା ପାଇଁ ଧନ୍ୟବାଦ । ଛୁଆ ଓ ମାଆ ସୁସ୍ଥ ଅଛନ୍ତି । ଆମେମାନେ ଭାଗ୍ୟବାନ ଯେ ଆଜିଠାରୁ ଆମେ ଆମ ଜୀବନର ଆଉ ଏକ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛୁ ।’

Comments are closed.