Latest Odisha News

BREAKING NEWS

ଆଜିଠୁ ଲାଗୁ ହେଲା ଏହି ନିୟମ; ଲ୍ୟାଣ୍ଡଲାଇନରୁ ମୋବଇଲକୁ ଫୋନ୍ କରୁଥିଲେ ଏଣିକି ଶୂନ ଲଗାଇବା ଜରୁରୀ

ଭୁବନେଶ୍ୱର: ଲ୍ୟାଣ୍ଡଲାଇନ୍ ରୁ ମୋବଇଲକୁ ଫୋନ୍ କରୁଥିଲେ ଜାଣି ରଖନ୍ତୁ ଏହି ନିୟମ । ଏଣିକି ମୋବାଇଲ ନମ୍ବର ପୂର୍ବରୁ ଆପଣଙ୍କୁ ଶୂନ୍ ଲଗାଇବା ବାଧ୍ୟତାମୂଳକ କରାଯାଇଛି । ସାରାଦେଶରେ ଆଜିଠାରୁ ଏହି ନିୟମ ସାରା ଲାଗୁ ହୋଇଛି।

ମେ ୨୯ ତାରିଖରେ ଏଭଳି ବ୍ୟବସ୍ଥା ଲାଗୁ କରିବା ପାଇଁ ସୁପାରିଶ କରିଥିଲା ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ ଟ୍ରାଇ। ଟ୍ରାଇର ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି ।

୨୦ ନଭେମ୍ବରରେ ଜାରି କରାଯାଇଥିବା ଏକ ସର୍କୁଲାରରେ ଟେଲିକମ୍ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା ଯେ, “ଲ୍ୟାଣ୍ଡଲାଇନରୁ ମୋବାଇଲ ନମ୍ବରକୁ ଡାଏଲ କରିବାର ପଦ୍ଧତିକୁ ବଦଳାଇବା ପାଇଁ ଟ୍ରାଇର ସୁପାରିଶକୁ ଗ୍ରହଣ କରାଯାଇଛି । ଏହାଦ୍ୱାରା ମୋବାଇଲ୍ ଏବଂ ଲ୍ୟାଣ୍ଡଲାଇନ ସେବା ପାଇଁ ଏହା ପର୍ଯ୍ୟାପ୍ତ ନମ୍ବର ସୃଷ୍ଟି କରିବାରେ ସହଜ ହେବ” ।

Leave A Reply

Your email address will not be published.