Latest Odisha News

BREAKING NEWS

କଙ୍ଗନା ମୋ ଷ୍ଟୋରି ଚୋରି କରିଛନ୍ତି : ଦିଦ୍ଦା ଲେଖକ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରନାୱତ ମଣିକର୍ଣ୍ଣିକା ରିଟର୍ଣ୍ଣସ: ଦି ଲିଜେଣ୍ଡ ଅଫ୍ ଦିଦ୍ଦା ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି । ମାତ୍ର ଏହା ଘୋଷଣା କରିବା ଦିନକ ପରେ ତାଙ୍କ ବିରୋଧରେ ଚୋରୀ ଅଭିଯୋଗ ଆସିଛି । ଦିଦ୍ଦା ଉପନ୍ୟାସ ଲେଖିଥିବା ଆଶୀଷ କୌଲ ଏହି ଅଭିଯୋଗ ଆଣିଛନ୍ତି ।

କାଶ୍ମୀରର ଏହି ରାଣୀଙ୍କ ବିଷୟରେ ଲେଖିବା ପାଇଁ ମୋତେ ୬ ବର୍ଷ ଗବେଷଣା କରିବାକୁ ପଡିଥିଲା । ମାତ୍ର କଙ୍ଗନା ଏହାକୁ ଇଟେଂଲେକଚୁଆଲ ଶୈଳୀରେ ଚୋରି କରିଛନ୍ତି । ନିଜ ଅଧିକାର ପାଇଁ ଲଢ଼ୁଥିବା କଙ୍ଗନା ମୋ କଥା କିନ୍ତୁ ଚିନ୍ତା କରି ନ ଥିଲେ । ସେ ମୋ ଭଳି ଲେଖକଙ୍କ ଅଧିକାରକୁ ଖୋଲାଖୋଲି ଭାବେ ଉଲ୍ଲଂଘନ କରିଛନ୍ତି । ଏ ନେଇ କଙ୍ଗନାଙ୍କ ପକ୍ଷରୁ କୌଣସି ମନ୍ତବ୍ୟ ଆସି ନାହିଁ ।

Comments are closed.