Latest Odisha News

BREAKING NEWS

ଭାରତୀୟ ବଂଶୋଦ୍ଭବ ସୋନିଆ ଅଗ୍ରୱାଲ୍‌ ହେବେ ବାଇଡେନ୍‌ଙ୍କ ଜଳବାୟୁ ନୀତି ପରାମର୍ଶଦାତା

ନ୍ୟୁୟର୍କ: ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ ଗୁରୁବାର ଦିନ ଶକ୍ତି ଏବଂ ଜଳବାୟୁ ପରିବର୍ତ୍ତନ ବିଶେଷଜ୍ଞ ସୋନିଆ ଅଗ୍ରୱାଲଙ୍କୁ ଜଳବାୟୁ ନୀତି ଏବଂ ନବସୃଜନ ପାଇଁ ତାଙ୍କର ବରିଷ୍ଠ ପରାମର୍ଶଦାତା ଭାବରେ ଘୋଷଣା କରିଛନ୍ତି। ବାଇଡେନ୍‌ ପ୍ରଶାସନରେ ସାମିଲ୍‌ ହୋଇଥିବା ସୋନିଆ ବହୁ ବିଶିଷ୍ଟ ଭାରତୀୟ-ଆମେରିକୀୟ ଚେହେରା ମଧ୍ୟରୁ ଅନ୍ୟତମ। ସେ ଆମେରିକାର ଶକ୍ତି ଯୋଜନାରେ ନେତୃତ୍ୱ ମଧ୍ୟ ନେଇଥିଲେ।

ବାଇଡେନଙ୍କ ଟ୍ରାନ୍ସମିସନ ଟିମ୍ ଅନୁଯାୟୀ, ଯେତେବେଳେ ବାଇଡେନ ଉପରାଷ୍ଟ୍ରପତି ଥିଲେ, ସୋନିଆ ଅଗ୍ରୱାଲ ଶକ୍ତି ନବସୃଜନ ପାଇଁ ୨୦୦ ଶକ୍ତି ନୀତି ବିଶେଷଜ୍ଞଙ୍କୁ ଏକତ୍ର କରି ଆମେରିକାର ଶକ୍ତି ଯୋଜନାର ନେତୃତ୍ୱ ନେଇଥିଲେ। ଜଳବାୟୁ ଏବଂ ଶକ୍ତି ନୀତିର ପରିବେଶ, ଅର୍ଥନୈତିକ ଏବଂ ଜନସ୍ୱାସ୍ଥ୍ୟ ପ୍ରଭାବ ଉପରେ ବିଶ୍ଳେଷଣ କରିବାକୁ ଶକ୍ତି ନୀତି ସିମୁଲେଟର ବିକାଶ କରୁଥିବା ଦଳକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

Comments are closed.