Latest Odisha News

BREAKING NEWS

ରାସ୍ତାରେ ଠିଆ ହୋଇଥିବା ଟ୍ରକ୍‌କୁ ପଛରୁ ଧକ୍କା ଦେଲା ବସ୍, ୫ ଯାତ୍ରୀ ଗୁରୁତର

ସୋର (ବାଲେଶ୍ୱର): ଠିଆ ହୋଇଥିବା ଟ୍ରକ୍‌କୁ ପଛ ପଟରୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ୫ ଜଣ ବସ୍ ଯାତ୍ରୀ ଆହତ ହୋଇଛନ୍ତି । ବାଲେଶ୍ୱର ଜିଲ୍ଲା ସୋର ଅନ୍ତର୍ଗତ ୧୬ ନମ୍ୱର ଜାତୀୟ ରାଜପଥର ଛୋପଲିଆ ନିକଟରେ ଏହି ଦୁର୍ଘଟଣା ଘଟିଛି । ଆହତମାନଙ୍କୁ ସୋର ସୋର ମେଡିକାଲରେ ଭର୍ତ୍ତି କରାଯାଇଛି ।

ବାଲେଶ୍ୱରରୁ ଭୁବନେଶ୍ୱର ଯାଉଥିବା ‘ସୁଭଦ୍ରା’ ନାମକ ବସ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ୧୬ ନମ୍ବର ଜାତୀୟ ରାଜପଥ ଛପୋଲିଆ ନିକଟରେ ରାସ୍ତା ଉପରେ ଠିଆ ହୋଇଥିବା ଟ୍ରକକୁ ପଛରୁ ଧକ୍କା ଦେଇଥିଲା ବସ୍ । ଦୁର୍ଘଟଣା ପରେ କିଛି ସମୟ ସେହି ରାସ୍ତାରେ ଗାଡ଼ି ମୋଟର ଚଳାଚଳ ବନ୍ଦ ରହିଥିଲା । ପୋଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡି ଦୁଇଟିକୁ ରାସ୍ତା ଉପରୁ ହଟାଇବା ପରେ ଯାଆସ ସ୍ୱାଭାବିକ ହୋଇଥିଲା ।

Leave A Reply

Your email address will not be published.