Latest Odisha News

BREAKING NEWS

ଶଶିକଳା କରୋନାରେ ଆକ୍ରାନ୍ତ

ବେଙ୍ଗଳୁରୁ: ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଘନିଷ୍ଠ ସହଯୋଗୀ ତଥା ଏଆଇଏଡିଏମ୍‌୍‌କେରୁ ବହିଷ୍ôକତ ହୋଇଥିବା ଶଶିକଳା କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କୁ ଆଇସିୟୁରେ ରଖାଯାଇଛି । ତାଙ୍କ ଅବସ୍ଥା ସ୍ଥିର ରହିଥିଲେ ବି ବିଭିନ୍ନ ଟେଷ୍ଟ କରାଯାଇଛି ଏବଂ ଏକ ଡାକ୍ତରୀ ଟିମ୍ ତାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନିରୀକ୍ଷଣ କରାଯାଉଛି ।

ଦୁର୍ନୀତି ପାଇଁ ଏବେ ବେଙ୍ଗଳୁରର ପରପ୍ପନା ଅଗ୍ରହର ଜେଲରେ ଅଛନ୍ତି ଶଶିକଳା । ଜ୍ୱର ଓ ଶ୍ୱାସକ୍ରିୟାରେ କଷ୍ଟ ପାଇଁ ଗତକାଲି ତାଙ୍କୁ ବାଓରିଙ୍ଗ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ଟେଷ୍ଟ କରିବାରୁ ସେ କୋଭିଡରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି ।

ସେ ଜାନୁଆରି ୨୭ ତାରିଖରେ ଜେଲରୁ ମୁକୁଳିବାର ଥିଲା । ଏଥିପାଇଁ ତାଙ୍କୁ ୧୦ କୋଟି ଟଙ୍କା ଜୋରିମାନା ବି ଦେବାକୁ ପଡିବ । ଦୁର୍ନୀତି ଅଭିଯୋଗରେ ଶଶିକଳାଙ୍କୁ ୪ ବର୍ଷ ଜେଲ୍ ହୋଇଥିଲା । ସେ ୨୦୧୭ରୁ ବେଙ୍ଗଳୁରୁର ଏକ ଜେଲରେ ଅଛନ୍ତି ।

Leave A Reply

Your email address will not be published.