Latest Odisha News

ବେଜିଂର ବିସ୍ତାରବାଦୀ ମାନସିକତାକୁ ନେଇ ଚୀନକୁ ଜୋ ବାଇଡେନଙ୍କ ଚେତାବନୀ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେବାର ଗୋଟିଏ ସପ୍ତାହ ଭିତରେ ଜୋ ବାଇଡେନ୍ ବେଜିଂଙ୍କୁ ଚେତାବନୀ ଦେଇଛନ୍ତି । ପୂର୍ବ ଏବଂ ଦକ୍ଷିଣ ପୂର୍ବ ଏସିଆରେ ବେଜିଂର ବିସ୍ତାରବାଦୀ ମାନସିକତାକୁ ନେଇ ବର୍ଷିଛନ୍ତି ବାଇଡେନ । ଏକାଧିକ ବୟାନରେ ବାଇଡେନ୍ ପ୍ରଶାସନ ଓ ବରିଷ୍ଠ ସୁରକ୍ଷା ଅଧିକାରୀ ସହଯୋଗୀ ଦେଶ ଜାପାନ, ଦକ୍ଷିଣ କୋରିଆ ଏବଂ ତାଇୱାନର ବିବାଦୀୟ ଅଞ୍ଚଳ ଉପରେ ଚୀନର ଆଧିପତ୍ୟ ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି ।

ବୁଧବାର ଜାପାନ ପ୍ରଧାନମନ୍ତ୍ରୀ ୟୋଶିହିଡେ ସୁଗାଙ୍କ ଜୋ ବାଇଡେନ୍ ଆଲୋଚନା କରିଛନ୍ତି । ଆମେରିକା ଜାପାନ ସହ ସବୁ ପରିସ୍ଥିତରେ ଛିଡ଼ା ହେବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ବାଇଡେନ କହିଛନ୍ତି । ଏପରିକି ଚୀନ ଓ ଜାପାନ  ବିବାଦୀୟ ଦିଆୟୁ ଦ୍ୱୀପପୁଞ୍ଜ ଉପରେ ରଖୁଥିବା ଦାବିକୁ ନେଇ ଜାପାନକୁ ଆମେରିକା ସମର୍ଥନ କରିଛି ।

ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆମେରିକା ପ୍ରତିରକ୍ଷା ସଚିବ ଲୟଡ ଅଷ୍ଟିନ୍ । ଆଲୋଚନା ବେଳେ ଦିଆୟୁ ଦ୍ୱୀପପୁଞ୍ଜ ଆମେରିକା-ଜାପାନ ସୁରକ୍ଷା ଅଞ୍ଚଳରେ ଆସୁଥିବା ଲୟଡ୍ ଅଷ୍ଟିନ୍ କହିଛନ୍ତି । ପୂର୍ବ ଚୀନ ସାଗରରେ ସ୍ଥିତି ବଦଳାଇବା ଉଦ୍ୟମକୁ ଆମେରିକା ବିରୋଧ କରୁଛି ।

ବାଇଡେନ ପ୍ରଶାସନ କ୍ଷମତାକୁ ଆସିବାର ତିନିଦିନ ପରେ ଷ୍ଟେଟ ଡିପାର୍ଟମେଣ୍ଟର ମୁଖପାତ୍ର ଚାଇନାକୁ ଚେତାବନୀ ଦେଇଥିଲେ । ତାଇୱାନ ଏୟାର ଫୋର୍ସକୁ ଏକାଧିକ ବୋମା ବର୍ଷଣକାରୀ ଯୁଦ୍ଧ ବିମାନ ଚୀନ ପଠାଇବା ପରେ ବେଜିଂକୁ ସମାଲୋଚନା କରିଥିଲା ବାଇଡେନ୍ ପ୍ରଶାସନ । ତାଇୱାନ ପ୍ରତି ଆମିରେକାର ପ୍ରତିବଦ୍ଧ ଥିବା କହିଥିଲା ।

Comments are closed.