Latest Odisha News

BREAKING NEWS

ଗୁହାଳରେ ଲାଗିଲା ନିଆଁ, ୫ ଗୋରୁ ଜୀବନ୍ତ ଦଗ୍ଧ

କେନ୍ଦ୍ରାପଡା: ଗୁହାଳରେ ନିଆଁ ଲାଗି ଜଳିଗଲେ ୫ ଗୋରୁ । କେନ୍ଦ୍ରାପଡା ଜିଲା ରାଜନଗର ଥାନା ଅନ୍ତର୍ଗତ ଜରିମୂଳ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଗତକାଲି ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଏତିକିବେଳେ ଗୁହାଳ ଭିତରେ ଥିବା ୫ଟି ଗୋରୁ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଅଗ୍ନିଶମ ବାହିନୀ । ନିଆଁକୁ ଆୟତ୍ତ କରିଥିଲେ । ତେବେ କେମିତି ନିଆଁ ଲାଗିଲା କାରଣ ଅସ୍ପଷ୍ଟ ରହିଛି ।

Comments are closed.