Latest Odisha News

BREAKING NEWS

ଗଞ୍ଜାମ ଜିଲ୍ଲାରେ କଲରାପତରିଆ ବାଘ ମୃତ୍ୟୁ ମାମଲାରେ ୬ ଗିରଫ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବୁଗୁଡ଼ା ରେଞ୍ଜ ଅଞ୍ଚଳରେ ବାରହା ଫାଶରୁ ଉଦ୍ଧାର କଲରାପତରିଆ ବାଘ ମୃତ୍ୟୁ ମାମଲାରେ ୬ ଜଣ ଗିରଫ । ମୁଖ୍ୟ ଅଭିଯୁକ୍ତ ସମେତ ୬ ଜଣଙ୍କୁ ଗିରଫ କରିଛି ବନ ବିଭାଗ । ପୋଲିସ ସହାୟତାରେ ଗତରାତିରେ ସମସ୍ତଙ୍କୁ ଗିରଫ କରାଯାଇଛି । ସେହିପରି ଫାଶରେ ଲାଗିଥିବା ଗୋଟିଏ ବାରହାକୁ ବି ସେମାନେ ମାରି ତାର ମାଂସ ଖାଇଥିବା ଜଣା ପଡ଼ିଛି ।

ଗତ ୨୮ ତାରିଖରେ ବୁଗୁଡ଼ା ରେଞ୍ଜ ଅନ୍ତର୍ଗତ ବଡ଼ପଥର ଜଙ୍ଗଲରେ ବାରହା ଶିକାର ପାଇଁ ବିଛାଯାଇଥିବା ଫାଶରୁ ଉଦ୍ଧାର ହୋଇଥିଲା କଲରାପତରିଆ ବାଘ । ଉଦ୍ଧାର କରି ଜଙ୍ଗଲରେ ଛାଡ଼ିବା ପୂର୍ବରୁ ବାଘଟିର ମୃତ୍ୟୁ ହୋଇଥିଲା ।

ଶିକାର ପାଇଁ ଫାଶ ବସାଇଥିବା ଅଭିଯୋଗରେ ୬ ଜଣଙ୍କୁ ଗିରଫ କରାଯାଇଛି । ସେପଟେ କେଉଁ କାରଣରୁ ବାଘଟିର ମୃତ୍ୟୁ ହେଲା ସେନେଇ ଏଯାଏ କିଛି ସ୍ପଷ୍ଟ ସୂଚନା ମିଳି ନାହିଁ ।

Comments are closed.