Latest Odisha News

ରାୟଗଡା: ମାଣିକେଶ୍ୱରୀ ମନ୍ଦିରରୁ ‘ଅଷ୍ଟଧାତୁ’ ମୂର୍ତ୍ତି ଚୋରି ଅଭିଯୋଗ

ରାୟଗଡ଼ା : ରାୟଗଡ଼ା ଜିଲ୍ଲା ଖେଦାପଡ଼ା ନିକଟସ୍ଥ ମାଣିକେଶ୍ୱରୀ ମନ୍ଦିରରୁ ଗୁରୁବାର ରାତିରେ କେହି ଦୁବୃର୍ତ୍ତ ଅଷ୍ଟଧାତୁ ମୂର୍ତ୍ତି କୁ ଚୋରି ହୋଇଥିବା ଅଭିଯୋଗ ହୋଇଛି।

ମିଳିଥିବା ସୂଚନାନୁଯାୟୀ ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ମନ୍ଦିରର କବାଟ ଭାଙ୍ଗି ଅଷ୍ଟଧାତୁ ନିର୍ମିତ ପ୍ରାୟ ଅଢେଇ ଫୁଟର ମା’ଙ୍କ ବିଗ୍ରହକୁ ଚୋରି କରି ନେଇଥିବା ଅଭିଯୋଗ ହୋଇଛି।

ଅନ୍ୟପକ୍ଷରେ ଆଜି ସକାଳୁ ମନ୍ଦିରର ପୂଜକ ପୂଜା କରିବାକୁ ଆସିଥିବା ବେଳେ ମନ୍ଦିରରେ ଚୋରି ହୋଇଥିବା ନେଇ ଜାଣିବାକୁ ପାଇଥିଲେ । ପରେ ଏସମ୍ପର୍କରେ ପୂଜକ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ ।

ତେବେ ମା’ଙ୍କ ମୂର୍ତ୍ତି ଚୋରିକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିôବା ନେଇ ପୋଲିସ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.