ମାଲକାନଗିରି: ବରିଷ୍ଠ କିରାଣୀଙ୍କୁ ଚାକିରିରୁ ବହିଷ୍କୃତ କରିଛନ୍ତି ମାଲକାନଗିରି ଜିଲ୍ଲାପାଳ । ଜିଲ୍ଲା ମଙ୍ଗଳ ବିଭାଗରେ ଗତ ୧୯୯୬ ମସିହାରେ ଜାଲ ଜାତିଗତ ପ୍ରମାଣ ପତ୍ର ଦାଖଲ କରି କିରାଣୀ ପରେ ପ୍ରମୋଶନ ପାଇ ବରିଷ୍ଠ କିରାଣୀ ଭାବେ ନିଯୁକ୍ତି ପାଇଥିବା ଲକ୍ଷ୍ନୀପ୍ରିୟା ବେହେରାଙ୍କୁ ଜିଲ୍ଲାପାଳ ଡ଼ଃ ୟେଦୁଲା ବିଜୟ ବହିସ୍କୃତ କରିଛନ୍ତି ।
ସୂଚନାଅନୁସାରେ,କଳାହାଣ୍ଡି ଜିଲ୍ଲାର ମୂଳବାସିନ୍ଦା ହେଉଛନ୍ତି ଲଷ୍ମୀପ୍ରିୟା ବେହେରା । ସେ ଓବିସିରେ ଆସୁଥିବା ବେଳେ ଜାଲ ଆଦିବାସୀ ଜାତିଗତ ପ୍ରମାଣ ପତ୍ର ଦାଖଲ କରି ମାଲକାନଗିରି ଜିଲ୍ଲାରେ କନିଷ୍ଟ କିରାଣୀ ଭାବେ ଚାକିରି କରିଥିଲେ । ନିକଟରେ ତାଙ୍କର ବରିଷ୍ଠ କିରାଣିକୁ ପଦୋନ୍ନତି ହୋଇଥିଲେ । ସେ ଜାଲ ପ୍ରମାଣ ପତ୍ର ଦାଖଲ କରି ଚାକିରି କରିଥିବା ସମ୍ପର୍କରେ କେହି ଜଣେ ଆରଡିସିଙ୍କ ନିକଟରେ ଅଭିଯୋଗ କରିଥିଲେ ।
ଏ ସମ୍ପର୍କରେ ତଦନ୍ତରୁ ଜାଲ ଜାତିଗତ ପ୍ରମାଣ ପତ୍ର ପ୍ରମାଣ ମିଳିବାପରେ ଲଷ୍ମୀପ୍ରିୟାଙ୍କୁ ଜିଲ୍ଲାପାଳ ଚାକିରୀରୁ ବହିଷ୍କୃତ କରିବା ସହ ଚାକିରି କାଳରେ ସରକାରଙ୍କ ଠାରୁ ପାଇଥିବା ଦରମା ବାବଦକୁ ଟଙ୍କା ପୈଠ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଡେପୁଟି କଲେକ୍ଟର ଦୁର୍ଗା ପ୍ରସାଦ ଦୋରା ।
Comments are closed.