Latest Odisha News

BREAKING NEWS

ବିରୁଷ୍କା କଣ ରଖିଛନ୍ତି ତାଙ୍କ ଲିଟିଲ୍‌ ଏଞ୍ଜେଲ୍‌ର ନାଁ; ଜାଣନ୍ତୁ

ନୂଆଦିଲ୍ଲୀ: ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ଆଜି ନିଜ ଝିଅର ନାମ ପ୍ରକାଶ କରିଛନ୍ତି। ଏହି ଦମ୍ପତି ତାଙ୍କ କ୍ୟୁଟ୍‌ ଲିଟିଲ୍‌ ଏଞ୍ଜେଲ୍‌ର ନାଁ ଭାମିକା ରଖିଛନ୍ତି। ବିରାଟ ଏବଂ ଅନୁଷ୍କା ତାଙ୍କ ନବଜାତ ଶିଶୁର ପ୍ରଥମ ଫଟୋ ସୋସିଆଲ୍‌ ମିଡିଆରେ ସେୟାର କରିଛନ୍ତି।

ତାଙ୍କ ପୋଷ୍ଟରେ ସେ ଜଣେ ମା ହେବାର ଅଭିଜ୍ଞତା ଏବଂ ତାଙ୍କ ଝିଅ କିପରି ସେମାନଙ୍କ ଜୀବନକୁ ଏକ ନୂତନ ସ୍ତରକୁ ନେଇଛି ସେ ବିଷୟରେ ଉଲ୍ଲେଖ କରିଛନ୍ତି। ଏହାସହିତ ” ସେ ତାଙ୍କ ପ୍ରଶଂସକ ଏବଂ ଶୁଭେଚ୍ଛୁମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ଏବଂ ଲେଖିଛନ୍ତି ଯେ ଆପଣଙ୍କର ଇଚ୍ଛା, ପ୍ରାର୍ଥନା ଏବଂ ଉତ୍ତମ ଶକ୍ତି ପାଇଁ ସମସ୍ତଙ୍କୁ ଧନ୍ୟବାଦ।

Comments are closed.