ରାଉରକେଲା: ରାଉରକେଲାରେ ହୋଟେଲ ବ୍ୟବସାୟୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ। ମୃତକ ଜଣଙ୍କ ସ୍ଥାନୀୟ ଏକ ହୋଟେଲ ବସେରା ମାଲିକ ସଜନ ମିତ୍ତଲ ବୋଲି ଜଣାପଡିଛି ।
ସୂଚନାନୁସାରେ, ରାଉରକେଲା ସହରର ବସେରା ହୋଟେଲର ମାଲିକ ସଜନ ମିତ୍ତଲ ସବୁଦିନ ପରି କାମ ସାରି ଘରକୁ ଫେରୁଥିବା ବେଳେ ତାଙ୍କ ଘର ସମ୍ମୁଖରେ ପୂର୍ବରୁ ଜଗି ବସିଥିବା ଜଣେ ଦୁର୍ବୃତ୍ତ ତାଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲା ।
ଦୁର୍ବୁତ୍ତର ଆକ୍ରମଣରେ ସଜ୍ଜନ ଲହୁ ଲୁହାଣ ହୋଇ ସେହିଠାରେ ପଡିଯାଇଥିଲେ । ସଜ୍ଜନଙ୍କ ଚିତ୍କାର ଶୁଣି ପରିବାର ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଭାବେ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି।
ସଜ୍ଜନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ଏହି ଘଟଣାର ତଦନ୍ତ ନିମନ୍ତେ ପ୍ଲାଣ୍ଟସାଇଟ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍ ଟିମ୍କୁ ଡକାଯିବାର ସମ୍ଭାବନା ରହିଥିବା ପୋଲିସ ପକ୍ଷରୁ କୁହାଯାଇଛି। ବ୍ୟବସାୟିକ ଶତ୍ରୁତା ରୁ ଏହି ଆକ୍ରମଣ ହୋଇଥିବା ଅନୁମାନ କରାଯାଉଛି ।
Comments are closed.