ଭୁବନେଶ୍ୱର : ଜାତୀୟ ଐତିହ୍ୟ ପ୍ରାଧିକରଣର ଡ୍ରାଫ୍ଟ ବାଇ ଲ’ ପ୍ରସଙ୍ଗକୁ ନେଇ ରାଜ୍ୟବାସୀଙ୍କୁ ଶାସକ ବିଜେଡି ଓ ରାଜ୍ୟ ସରକାର ବିଭ୍ରାନ୍ତ କରୁଛନ୍ତି ବୋଲି ରାଜ୍ୟ ବିଜେପି ଅଭିଯୋଗ କରିଛି। ଏହି ଏନଏମଏ ପ୍ରସଙ୍ଗରେ ବିଜେଡି ଏବେ ସ୍ଥାନୀୟ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଟାର୍ଗେଟ୍ କରି ସୋସିଆଲ ମିଡିଆରେ ସମାଲୋଚନା କରୁଛି।
ଦଳର ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ, ଲିଙ୍ଗରାଜ ମନ୍ଦିର ପରିପ୍ରେକ୍ଷୀରେ ଜାତୀୟ ଐତିହ୍ୟ ପ୍ରାଧିକରଣଙ୍କର ଡ୍ରାଫ୍ଟ ବାଇ ଲ’ ପ୍ରତ୍ୟାହାର କରିବା ନେଇ ଖୋର୍ଦ୍ଧା ଜିଲ୍ଲାପାଳ ଚିଠି ଲେଖିଛନ୍ତି । ଏହି ପ୍ରସଙ୍ଗରେ ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ଭ୍ରମିତ କରିବା ପାଇଁ ଚେଷ୍ଟା କରୁଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ଶ୍ରୀ ଲିଙ୍ଗରାଜ ହେଉଛନ୍ତି ଜୀବନ୍ତ ଠାକୁର। ଏ ପ୍ରସଙ୍ଗରେ କିଛି କରାଯିବା ପୂର୍ବରୁ ଶଙ୍କରାଚାର୍ଯ୍ୟ, ଗଜପତି ମହାରାଜ, ସେବାୟତ, ମନ୍ଦିର ପ୍ରଶାସନ ଇତ୍ୟାଦିଙ୍କ ସହ ଆଲୋଚନା କରିବା ଉଚିତ୍ ଥିଲା। କିନ୍ତୁ ତାହା ନକରି ରାଜ୍ୟ ସରକାର ଏବେ ରାଜ୍ୟବାସୀଙ୍କୁ ଭ୍ରମିତ କରିବା ପାଇଁ ଚେଷ୍ଟା କରୁଛନ୍ତି ବୋଲି ଲେଖାଶ୍ରୀ ଅଭିଯୋଗ କରିଛନ୍ତି ।
Comments are closed.