Latest Odisha News

BREAKING NEWS

ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ, ପାଇଲଟ୍‌ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଦୁର୍ଘଟଣାରୁ ବର୍ତ୍ତିଲେ ୧୦୪ ଯାତ୍ରୀ

ତିରୁବନନ୍ତପୁରମ୍‌:ଶାରଜାହରୁ କାଲୀକଟ ଯିବାକୁ ଥିବା ଏୟାର ଇଣ୍ଡିଆ ବିମାନ ତିରୁବନନ୍ତପୁରମ୍‌ ବିମାନ ବନ୍ଦରରେ ଜରୁରୀ ଅବତରଣ କରିଛି । ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ବିମାନଟି ଜରୁରୀ ଅବତରଣ କରିଥିବା ସୂଚନା ମିଳିଛି । ତେବେ ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା  ବିମାନ ବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ, ୧୦୪ ଜଣ ଯାତ୍ରୀ ଏବଂ କ୍ରୁ ସଦସ୍ୟଙ୍କୁ ନେଇ ଏୟାର ଇଣ୍ଡିଆ ବିମାନ ଶାରଜାହରୁ କାଲୀକଟ ଯାଉଥିଲା । ମଝି ଆକାଶରେ ହଠାତ୍‌ ବିମାନରେ ବଡ ଧରଣର ଯାନ୍ତ୍ରୀକ ତ୍ରୁଟି ଦେଖାଦେଇଥିଲା । ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ର ପ୍ରବକ୍ତା ଏନେଇ ପ୍ରଥମେ ସୂଚନା ଦେଇଥିଲେ । ଏହାପରେ ପାଇଲଟ୍‌ ବିମାନକୁ ତିରୁବନନ୍ତପୁରମରେ ଜରୁରୀ ଅବତରଣ କରିବାକୁ ଫଇସଲା ନେଇଥିଲେ । ପାଇଲଟ୍‌ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବଡ ଧରଣର ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି ୧୦୪ ଯାତ୍ରୀ ।

Comments are closed.