Latest Odisha News

BREAKING NEWS

ଓସ୍କାର ଦୌଡରେ ନୀଳ ମାଧବ ପଣ୍ଡାଙ୍କ ଓଡ଼ିଆ ଫିଲ୍ମ ‘କାଲିର ଅତୀତ’

ଭୁବନେଶ୍ବର : ଓଡ଼ିଆ ସୀନେ ଜଗତ ପାଇଁ ଖୁସି ଖବର । କାରଣ ପ୍ରଥମ ଥର ପାଇଁ ଓସ୍କାର ଦୌଡରେ ସାମିଲ ହୋଇଛି ଓଡ଼ିଶାର ଖ୍ୟାତନାମା ଚଳଚ୍ଚିତ୍ର ନିର୍ଦ୍ଦେଶକ ନୀଳମାଧବ ପଣ୍ଡାଙ୍କ ଓଡ଼ିଆ ଚଳଚ୍ଚିତ୍ର ‘କାଲିର ଅତୀତ’ । ନୀଳ ମାଧବ ପଣ୍ଡାଙ୍କ ଦ୍ବାରା ନିର୍ମିତ ଏହି ଫିଲ୍ମକୁ ଜେନେରାଲ କାଟେଗୋରୀର ଚାରୋଟି ବିଭାଗ ଯଥା- ଶ୍ରେଷ୍ଠ ଚିତ୍ର, ଶ୍ରେଷ୍ଠ ଅଭିନେତା, ଶ୍ରେଷ୍ଠ ନିର୍ଦ୍ଦେଶକ ଏବଂ ଅନ୍ୟାନ୍ୟ ବର୍ଗ ପାଇଁ ମନୋନୀତ ହୋଇଛି।

‘କାଲିର ଅତୀତ’ ଓସ୍କାର ପୁରସ୍କାର ଦୌଡ଼ରେ ସାମିଲ ହୋଇଥିବାରୁ ମୁଁ ଅତ୍ୟନ୍ତ ଖୁସି ଅନୁଭବ କରୁଛି ବୋଲି ଟ୍ବିଟ୍ କରି ସୂଚନା ଦେଇଛନ୍ତି ନୀଳମାଧବ ପଣ୍ଡା । ଏଥିପାଇଁ ସେ ସମସ୍ତଙ୍କୁ କୃତଜ୍ଞତା ଜଣାଇବା ସହ ଚଳଚ୍ଚିତ୍ରଟି ବର୍ତ୍ତମାନ ଏକାଡେମି ସ୍କ୍ରିନିଂ ପାଇଁ ଉପଲବ୍ଧ ହେଉଛି ବୋଲି ସୂଚନା ଦେଇଛନ୍ତି ।

‘କାଲିର ଅତୀତ’ ଫିଲ୍ମରେ ପୀତବାଶ ତ୍ରିପାଠୀ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ପାଣିପାଗ ପରିବର୍ତ୍ତନ ଓ ସମୁଦ୍ରରେ ପାଣିର ଲେବୁଲ ବଢ଼ିବା ପରେ ଜଣେ ବ୍ୟକ୍ତି ପରିବାରକୁ ହରାଉଛି । ଏହାପରେ ସମ୍ପୃକ୍ତ ଅତୀତକୁ ଫେରି ପାଇବା ପାଇଁ ସଂଘର୍ଷ କରୁଛି, ଏହା ଉପରେ ଏହି ଫିଲ୍ମଟି ଆଧାରିତ ହୋଇଛି। ଏହି ଫିଲ୍ମ ପୂର୍ବରୁ ଗୋଆରେ ହୋଇଥିବା ୫୧ତମ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ୍ ଅଫ୍ ଇଣ୍ଡିଆ ପାଇଁ ମନୋନୀତ ହୋଇଥିଲା ।

Comments are closed.