Latest Odisha News

BREAKING NEWS

ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ସ୍ଵନକ୍ଷେତ୍ର ଦିବସ; ଆଜି ସନ୍ଧ୍ୟାରୁ ନେମାଳ ବଟ୍ଟରେ ଲାଗୁ ହେବ ୧୪୪ ଧାରା

କଟକ: ଆସନ୍ତାକାଲି ଆର୍ଥତ ମଙ୍ଗଳବାର ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ସ୍ଵନକ୍ଷତ୍ର ଦିବସ। ଏହି ପରିପ୍ରେକ୍ଷୀରେ ଜନସମାଗମକୁ ଦୃଷ୍ଟିରେ ରଖି ନେମାଳ ବଟ୍ଟରେ ଲାଗୁ ହେବ ୧୪୪ ଧାରା । ଆଜି ସନ୍ଧ୍ୟା ୬ଟାରୁ ୨୪ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ଏହି କଟକଣା ଲାଗୁ ହେବା ନେଇ ସୂଚନା ମିଳିଛି ।

୨୩ ତାରିଖରେ ମହାପୁରୁଷଙ୍କ ସ୍ୱନକ୍ଷେତ୍ର ଦିବସ ପଡୁଛି । ଏହି ଅବସରରେ ମହାପୁରୁଷଙ୍କ ଦର୍ଶନ ପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ଆଶଙ୍କାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି।

ନିଶ୍ଚିନ୍ତକୋଇଲି ପ୍ରଶାସନ ପକ୍ଷରୁ କଟକଣା ପାଇଁ ନିର୍ଦ୍ଦେଶନାମା ଜାରି କରି କରାଯାଇଛି । ଏହି ନିର୍ଦେଶନାମା ଅନୁସାରେ, ବର୍ତ୍ତମାନର ପରିସ୍ଥିତିରେ ଅଧିକ ଲୋକଙ୍କୁ ଏକାଠି ହେବାକୁ ଅନୁମତି ଦେଇ ହେବ ନାହିଁ ।

Leave A Reply

Your email address will not be published.