Latest Odisha News

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀଙ୍କ ନାମରେ ନାମିତ ହେଲା ବିଶ୍ୱର ସବୁଠୁ ବଡ କ୍ରିକେଟ୍ ଷ୍ଟାଡିୟମ୍

ନୂଆଦିଲ୍ଲୀ: ଭାରତର ଅହମ୍ମଦାବାଦରେ ବିଶ୍ୱର ସର୍ବବୃହତ କ୍ରିକେଟ୍ ଷ୍ଟାଡିୟମ୍ ୨୪ ଫେବୃଆରୀ ୨୦୨୧ରେ ଦେଶର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଛି। ପୂର୍ବରୁ ଏହି ଷ୍ଟାଡିୟମର ନାମ ସର୍ଦ୍ଦାର ପଟେଲ କ୍ରିକେଟ୍ ଷ୍ଟାଡିୟମ ଥିଲା।

ଅହମ୍ମଦାବାଦର ସର୍ଦ୍ଦାର ପଟେଲ କ୍ରିକେଟ୍ ଷ୍ଟାଡିୟମର ନାମ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ ରଖାଯାଇଛି। ୧,୧୦,୦୦୦ ଆସନ ବିଶିଷ୍ଟ ବିଶ୍ୱର ସବୁଠୁ ବଡ କ୍ରିକେଟ୍ ଷ୍ଟାଡିୟମ ବୁଧବାର ଠାରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପିଙ୍କ୍‌-ବଲ ଟେଷ୍ଟ ଆୟୋଜନ କରିବ।

ଏହାପୂର୍ବରୁ ବୁଧବାର ଦିନ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ‘ଭୁମି ପୂଜନ’ କରିଥିଲେ ଏବଂ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦିନିକିଆ ଟେଷ୍ଟ ଆରମ୍ଭ ପୂର୍ବରୁ ନବନିର୍ମିତ ମୋଟେରା ଷ୍ଟାଡିୟମର ଉଦଘାଟନ କରିଥିଲେ। ବୃହତ୍ତମ କ୍ରିକେଟ୍ ଷ୍ଟାଡିୟମର ଉଦ୍‌ଘାଟନୀ ସମାରୋହରେ ଗୃହମନ୍ତ୍ରୀ ଅମିତ ଶାହା, ବିସିସିଆଇ ସଚିବ ଜୟ ଶାହା ଏବଂ କ୍ରୀଡା ମନ୍ତ୍ରୀ କିରେନ ରିଜିଜୁ ମଧ୍ୟ ଉପସ୍ଥିତ ଥିଲେ।

କିନ୍ତୁ ରାଷ୍ଟ୍ରପତି କୋବିନ୍ଦ ରୋମେଟର ବଟନ୍ ଦବାଇ ଏହି ଷ୍ଟାଡିୟମକୁ ଡିଜିଟାଲ୍ ଭାବେ ଉଦଘାଟନ କରିବା ମାତ୍ରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ, କାରଣ ପୂର୍ବ ନାମ ପରିବର୍ତ୍ତେ ଏହି ଷ୍ଟାଡିୟମ୍ ନାମ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମରେ ନାମିତ ହୋଇଥିଲା।

ସର୍ଦ୍ଦାର ପଟେଲ ଷ୍ଟାଡିୟମ ନାମରେ ପରିଚିତ ଏହି ଷ୍ଟାଡିୟମର ଉଦଘାଟନ ପୂର୍ବରୁ ଏହାର ନାମ ପରିବର୍ତ୍ତନ କରାଯାଇଛି। ଦୁନିଆର ସବୁଠୁ ବଡ କ୍ରିକେଟ୍ ଷ୍ଟାଡିୟମ୍ ବର୍ତ୍ତମାନ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ ଭାବରେ ପରିଚିତ ହେବ।

Comments are closed.