Latest Odisha News

ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ୨ ଜଣ ଗୁରୁତର, କାରଣ ଅସ୍ପଷ୍ଟ

ସୁନ୍ଦରଗଡ଼: ବାଇକରେ ଆସି ଗୁଳିମାଡ଼ କଲେ ଦୁର୍ବୃତ୍ତ । ଏଥିରେ ଦୁଇ ଜଣ ଗୁରୁତର ହୋଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ବସଷ୍ଟାଣ୍ଡ ନିକଟରେ ଏହି ଗୁଳିମାଡ଼ ହୋଇଛି । ଦୁର୍ବୃତ୍ତଙ୍କ ଗୁଳିରେ ଜଣେ ଗହଣା ଦୋକନୀ ପୁଅଙ୍କ ସମେତ ୨ଜଣ ଗୁରୁତର ହୋଇଛନ୍ତି । ବାଇକରେ ତିନି ଜଣ ଦୁର୍ବୃତ୍ତ ଆସି ସେମାନଙ୍କ ଉପରେ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ । ଏହାପରେ ଘଟଣାସ୍ଥଳରୁ ମାରିଥିଲେ ଚମ୍ପଟ ।

ଦୁଇ ଗୁରୁତରଙ୍କୁ ଉଦ୍ଧାର କରି ପ୍ରଥମେ ବଡ଼ଗାଁ ହସ୍ପିଟାଲ ଓ ପରେ ରାଉରକେଲା ଆଇଜିଏଚରେ ଭର୍ତ୍ତି କରାଯାଇଛି । ସେମାନେ ହେଲେ ରୋହିତ ବର୍ମା ଓ ସରୋଜ ଦାସ । ମୁଣ୍ଡ ଓ ଛାତିରେ ବାଜିଛି ଗୁଳି । ଗୁଳିମାଡ଼ ପରେ ଦୁର୍ବୃତ୍ତ ବନ୍ଧୁକ ଛାଡ଼ି ପଳାଇଥିଲେ । ବନ୍ଧୁକକୁ ଜବତ କରିଛି ପୋଲିସ ।ତେବେ କିଏ ଓ କାହିଁକି ସେମାନଙ୍କ ଉପରେ ଗୁଳିମାଡ଼ କଲା କାରଣ ଅସ୍ପଷ୍ଟ ରହିଛି । କାହିଁକି ସେମାନଙ୍କ ଉପରେ ହତ୍ୟା ଉଦ୍ୟମ ହୋଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ତନାଘନା ତଦନ୍ତ ଚଳାଇଛି ।

Leave A Reply

Your email address will not be published.