Latest Odisha News

BREAKING NEWS

ବିଜୁ ବାବୁଙ୍କ ଜୟନ୍ତୀରେ କଟକ ଆନନ୍ଦଭବନରୁ ଭୁବନେଶ୍ୱର ଏୟାରପୋର୍ଟ ଯାଏ ସାଇକେଲ୍ ରାଲି

କଟକ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ । ଏହି ଅବସରରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଆରମ୍ଭ ହୋଇଛି ସାଇକେଲ ରାଲି । ବିଜୁ ବାବୁଙ୍କ ଜନ୍ମସ୍ଥାନ କଟକ ଆନନ୍ଦଭବନରୁ ଏହି ସାଇକେଲ୍ ଶୋଭାଯାତ୍ରା ବାହାରିଛି । ଭୁବନେଶ୍ୱର ବିମାନବନ୍ଦର ଯାଏ ଆସିବ ।

ଏହି ସାଇକେଲ ରାଲିରେ ବିଜେଡିର ବହୁ ମନ୍ତ୍ରୀ ଓ ବିଧାୟକ ସାମିଲ ଅଛନ୍ତି । ସେହିପରି ଯୁବ ଓ ଛାତ୍ର ସଂଗଠନର କର୍ମକର୍ତ୍ତା ଓ ସଦସ୍ୟ ସାଇକେଲ୍ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି । ଏହି ଅବସରରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା ।

ସେହିପରି ଆଜିଠାରୁ ଏପ୍ରିଲ ୧୭ ବିଜୁ ବାବୁଙ୍କ ଶ୍ରାଦ୍ଧ ବାର୍ଷିକୀ ଯାଏ ବିଜେଡି ସବୁ ନିର୍ବାଚନ ମଣ୍ଡଳୀରେ ଆୟୋଜନ କରିବ ଜୀବନ ବିନ୍ଦୁ ରକ୍ତଦାନ ଶିବିର । ଅନ୍ୟପଟେ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀକୁ ପଞ୍ଚାୟତିରାଜ ଦିବସ ଭାବରେ ପାଳନ କରାଯାଉଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଜନ୍ମଦିନ ୫ ମାର୍ଚ୍ଚକୁ ପ୍ରତିବର୍ଷ ପଞ୍ଚାୟତିରାଜ ଦିବସ ରୂପେ ପାଳନ କରାଯାଉଛି ।

Leave A Reply

Your email address will not be published.