Latest Odisha News

ଆଉ ଅସୁବିଧାରେ ପଡିବେନି ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ, କପିଳାଶ ପୀଠରେ ପାଇଖାନା ଓ ପରିଶ୍ରାଗାର ଉଦ୍‌ଘାଟନ କଲେ ମନ୍ତ୍ରୀ

ଢେଙ୍କାନାଳ:ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଢେଙ୍କାନାଳର କପିଳାଶ ଗଲେ ଆଉ ଅସୁବିଧାରେ ପଡିବେନି ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ । ପୀଠରେ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ପାଇଁ ମୁଖ୍ୟ ସମସ୍ୟା ରହିଥିବା ପରିଶ୍ରାଗାର ଓ ସୁବିଧା କେନ୍ଦ୍ର ତଥା ବିଶୁଦ୍ଧ ପାନୀୟ ଜଳ ଆଦି ପ୍ରକଳ୍ପକୁ ଆଜି ଲୋକାର୍ପଣ କରାଯାଇଛି ।

ପ୍ରାୟ କୋଟିଏରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ଗୁଡିକୁ ଆଜି ଜାଗର ଯାତ୍ରା ଅବସରରେ ରାଜ୍ୟ ଇସ୍ପାତ, ଖଣି ଓ ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଲୋକାର୍ପଣ କରିଛନ୍ତି । ଏହି ଅବସରରେ ଢେଙ୍କାନାଳର ବିଧାୟକ ସୁଧୀର ସାମଲ ଓ ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ ।

ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ପ୍ରକଳ୍ପଗୁଡିକ ଲୋକାର୍ପଣ ପରେ କପିଳାସ ସେବାୟତ ତଥା ଶ୍ରଦ୍ଧାଳୁମାନେ ଖୁସିର ସହ ରାଜ୍ୟସରକାରଙ୍କ ଏହି ପଦକ୍ଷେପ ପାଇଁ ଧନ୍ୟବାଦ ଦେଇଥିବା ଜଣାପଡ଼ିଛି ।

Comments are closed.