Latest Odisha News

BREAKING NEWS

ମମତାଙ୍କ ବଡ଼ ଘୋଷଣା, ପଶ୍ଚିମବଙ୍ଗରେ ମାଗଣାରେ ମିଳିବ କରୋନା ଟିକା

କୋଲକାତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି, ରାଜନୈତିକ ଉଷ୍ମତା ସେତିକି ବଢୁଛି । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ରାଜନୈତିକ ଦଳ ପକ୍ଷରୁ ଦିଆଯାଉଛି କାହିଁ କେତେ କଣ ପ୍ରତିଶ୍ରୁତି । ଗଡ ଦଖଲ ପାଇଁ ଜୋରସୋରେ ଚାଲିଛି ପ୍ରଚାର । ଏହି କ୍ରମରେ ଝାରଗ୍ରାମର ଏକ ରାଲିରେ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କହିଛନ୍ତି, ଦଳ କ୍ଷମତାକୁ ଫେରିଲେ ପଶ୍ଚିମବଙ୍ଗରେ ଜନସାଧାରଣଙ୍କୁ ମାଗଣାରେ ମିଳିବ କରୋନା ଟିକା ।

ଝାରଗ୍ରାମ ରାଲିକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ପଶ୍ଚିମବଙ୍ଗର ଜନସାଧାରଣଙ୍କୁ ମାଗଣାରେ କରୋନା ଟିକା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଏହି ଅବସରରେ ମମତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡ଼ା ଟାର୍ଗେଟ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ନିର୍ବାଚନ ସମୟରେ କ୍ଷମତାକୁ ଆସିବା କ୍ଷଣି ବିହାରବାସୀଙ୍କୁ ମାଗଣାରେ ଟିକାକରଣ କରାଇବାକୁ ପ୍ରତିଶ୍ରୁତି ଦେଇଥିଲେ । ହେଲେ ଦଳ କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ଏସବୁ ଭୁଲିଗଲେ । ତେଣୁ ଭୋଟରଙ୍କୁ ଭୂଆଁ ବୁଲାଇବା ବିଜେପିର ଏକ ଚାଲ୍ ବୋଲି କହିଛନ୍ତି ମମତା । ହେଲେ ଟିଏମସି କ୍ଷମତାକୁ ଆସିଲେ, ତାର ପ୍ରତିଶ୍ରୁତି ପୂରଣ କରିବ ବୋଲି ରାଲିରେ କହିଥିଲେ ଦିଦି ।

Leave A Reply

Your email address will not be published.