Latest Odisha News

କଟକର ଗ୍ରାମ୍ୟ ବ୍ୟାଙ୍କ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ

କଟକ: କଟକସ୍ଥିତ ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ମହାନଦୀ ବିହାରରେ ଗୁରୁବାର ରାତିରେ ଓଡ଼ିଶା ଗ୍ରାମ ବ୍ୟାଙ୍କର ଆଞ୍ଚଳିକ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟିଛି।

ଯଦିଓ ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ନିଆଁକୁ ଆୟତ୍ତ କରାଯାଇଥିଲା ତଥାପି କମ୍ପ୍ୟୁଟର, ଏସି ଏବଂ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ପୋଡି ଯାଇଥିବା ସୂଚନା ମିଳିଛି।

ତେବେ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ନେଇ ସନ୍ଦେହ କରାଯାଉଥିବା ବେଳେ ତଦନ୍ତ ଜାରି ରହିଛି।

Comments are closed.