Latest Odisha News

BREAKING NEWS

ୟୁଏଇରେ ନିଆରା ଢଙ୍ଗରେ ଉତ୍କଳ ଦିବସ ପାଳନ କଲେ ପ୍ରବାସୀ ଓଡ଼ିଆ

ଭୁବନେଶ୍ୱର: ଗତକାଲି ଥିଲା ଓଡ଼ିଶାର ପ୍ରତିଷ୍ଠା ଦିସବ ତଥା ଉତ୍କଳ ଦିବସ। ଏହି ଅବସରରେ ୟୁଏଇରେ ରହୁଥିବା ଓଡିଆ ପରିବାର ଗୁରୁବାର ସକାଳେ ଉତ୍କଳ ଦିବସ ଅବସରରେ ‘ବନ୍ଦେ ଉତ୍କଳ ଜନନୀ’ ପ୍ଲାକାର୍ଡସ୍‌ ଧରି ବିଶ୍ୱର ସବୁଠାରୁ ଉଚ୍ଚତମ କୋଠା ବୁର୍ଜ ଖଲିଫା ପାଦଦେଶରେ ଏକାଠି ହୋଇଥିଲେ।

ଏହି ଉତ୍ସବରେ ସେମାନେ କାନ୍ତକାବୀ ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ‘ବନ୍ଦେ ଉତ୍କଳ ଜନନୀ’ ଗୀତ ଗାଇଥିଲେ। ପ୍ରଥମ ଥର ପାଇଁ ଏହି ପ୍ରତୀକାତ୍ମକ କବିତା ଦୁନିଆର ଉଚ୍ଚତମ କୋଠାର ପାଦଦେଶରେ ଗାନ କରାଯାଇଥିଲା।

ଏହି ପ୍ରତୀକାତ୍ମକ ଢଙ୍ଗୀରେ ସେଠାରେ ଥିବା ଓଡ଼ିଆ ପରିବାର ନିଜ ପରିବାରଜନଙ୍କୁ ଏକ ବାର୍ତ୍ତା ପହଞ୍ଚାଇବାକୁ ଚାହୁଁଥିଲେ, ଯେ ମାତୃଭୂମି ପ୍ରତି ସେମାନଙ୍କର ପ୍ରେମ କମି ନାହିଁ ଏବଂ ପରିସ୍ଥିତି ସ୍ୱାଭାବିକ ହେବା ମାତ୍ରେ ସେମାନେ ପୁଣି ପରସ୍ପରକୁ ଭେଟିବେ।

ଏହାପରେ, ସେମାନେ ଓଡ଼ିଶାର ପାରମ୍ପାରିକ ସୁସ୍ବାଦୁ ଖାଦ୍ୟ ‘ଆରିସା ପିଠା’ ଏବଂ ‘ଆଲୁ ଦମ୍’ ଏବଂ ‘ବରା’ ସହିତ ଏହି ଉତ୍ସବକୁ ଉପଭୋଗ କରିଥିଲେ।

ଗତ ୧୦ ବର୍ଷ ଧରି ୟୁଏଇରେ ରହୁଥିବା ଜଣେ ସଫଳ ଓଡିଆ ଉଦ୍ୟୋଗୀ ରିଚା ସାମନ୍ତରାୟ କହିଛନ୍ତି ଯେ ମୁଁ ବ୍ୟକ୍ତିଗତ ଭାବରେ ଓଡିଆ ଖାଦ୍ୟ ପ୍ରସ୍ତୁତ କରିଥିଲି ଏବଂ ଏହିପରି ଏକ ପ୍ରତୀକାତ୍ମକ ଢାଞ୍ଚାରେ ଏହାକୁ ଉପଭୋଗ କରିଥିବାରୁ ମୁଁ ବହୁତ ଆନନ୍ଦିତ।

ଏକ ଏଫଏମସିଜି କମ୍ପାନୀର ଜେନେରାଲ ମ୍ୟାନେଜର ପ୍ରିୟଦର୍ଶୀ ପାଣିଗ୍ରାହୀ କହିଛନ୍ତି, ଏକ ସ୍ୱତନ୍ତ୍ର ସ୍ଥାନରେ ଓଡ଼ିଶା ଗଠନ ଦିବସକୁ ସ୍ମରଣ କରିବା ପ୍ରକୃତରେ ଏକ ନିଆରା ଅନୁଭବ ଥିଲା।

ଏକ ଗେ୍ାଲାବାଲ୍‌ ବିଜ୍‌ନେସ୍‌ ସ୍କୁଲରେ କାର୍ଯ୍ୟ କରୁଥିବା ରାଜେଶ ତ୍ରିପାଠୀଙ୍କ ଅନୁଯାୟୀ, ଏହିପରି ପ୍ରତୀକାତ୍ମକ ଉତ୍ସବ ବିଦେଶୀରେ ରହୁଥିବା ସାଥୀ ଓଡିଆମାନଙ୍କ ମଧ୍ୟରେ ଦେଶପ୍ରେମ ଏବଂ ଭ୍ରାତୃଭାବର ବନ୍ଧନ ସୃଷ୍ଟି କରିଥାଏ।

Leave A Reply

Your email address will not be published.