Latest Odisha News

BREAKING NEWS

୯୦ ମତଦାତା, ଭୋଟ ଦେଲେ ୧୭୧

ହାଫଲୋଙ୍ଗ: ଆସାମର ଏକ ମତଦାନ କେନ୍ଦ୍ରରେ ବଡ ଅନିୟମିତତା ସମ୍ମୁଖକୁ ଆସିଛି । ଦିମା ହସାଓ ଜିଲ୍ଲାର ଏକ ମତଦାତା କେନ୍ଦ୍ରରେ ୯୦ ମତଦାତାଙ୍କ ସୂଚୀ ଥିବା ବେଳେ ୧୭୧ଟି ଭୋଟ ପଡିଥିଲା । ଯାହାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଏପ୍ରିଲ ୧ ଦ୍ୱିତୀୟ ପର୍ଯ୍ୟାୟରେ ଏହି ଭୋଟିଂ ହୋଇଥିଲା ।

ଏହି ଘଟଣା ସମ୍ମୁଖକୁ ଆସିବା ପରେ ନିର୍ବାଚନ ଅଧିକାରୀ ମତଦାନ କେନ୍ଦ୍ରର ୫ଜଣ ଅଧିକାରୀଙ୍କ ନିଲମ୍ବିତ କରିବା ସହ ପୁନଃ ଭୋଟିଂ ପାଇଁ ନିର୍ଦ୍ଦେଶ ଦେଇଛି । ଘଟଣାର ତଦନ୍ତ ଚାଲିଛି ଏହା ପରେ ନିର୍ବାଚନ ନେଇ ବିଧିବଦ୍ଧ ଭାବେ ଘୋଷଣା କରାଯିବ ।

Comments are closed.