Latest Odisha News

BREAKING NEWS

ଫିକା ପଡିଲା ମା’ ବୁଢ଼ୀ ଠାକୁରାଣୀ ଯାତ୍ରା, ପୀଠ ଠାରୁ ରାଜବାଟୀ ଯାଏଁ ୧୪୪ ଧାରା ଲାଗୁ

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ଗୋଟିଏ ବର୍ଷ ଅନ୍ତରରେ ପାଳନ ହୁଏ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା । ଯାତ୍ରା ଦେଖିବାକୁ ଲକ୍ଷ ଲକ୍ଷ ଭକ୍ତ ଓ ବ୍ୟବସାୟୀଙ୍କର ଭିଡ଼ ଜମେ । ଚଳିତ ବର୍ଷ କରୋନା କଟକଣା ଯୋଗୁଁ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା ଫିକା ପଡ଼ିଛି । ମା’ ବୁଢ଼ୀ ଠାକୁରାଣୀଙ୍କ ପୀଠରେ ୧୪୪ ଧାରା ଲାଗୁ ହୋଇଛି । ପୀଠ ଠାରୁ ରାଜବାଟୀ ଯାଏଁ ୧୪୪ ଧାରା ଲାଗୁ ହୋଇଛି । ଆଜି ସନ୍ଧ୍ୟା ୬ଟା ଠାରୁ ରାତି ୧୦ଟା ଯାଏଁ କଟକଣା ଲାଗୁ କରାଯାଇଛି । 

ଏହାସହ କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଅନେକ କଟକାଣା ମଧ୍ୟ ଜାରି କରାଯାଇଛି । କରୋନା ନିୟମ ପାଳନ କରି ମା’ଙ୍କ ଯାତ୍ରା ହେବ । ପୋଲିସ ଉପସ୍ଥିତିରେ ମା’ଙ୍କୁ ଅସ୍ଥାୟୀ ପୀଠ ଠାରୁ ରାଜବାଟୀ ନିଆଯିବ । ମା’ ବୁଢ଼ୀ ଠାକୁରାଣୀଙ୍କୁ କେବଳ ଆରତି ଦିଆଯିବ । ପ୍ରସାଦ ସେବନ, ନଡିଆ ଭଙ୍ଗା ହେବ ନାହିଁ । ପୂଜକଙ୍କ ସମେତ ମୋଟ ୨୦ ଜଣଙ୍କୁ ଅନୁମତି ଦିଆଯାଇଛି । ଠାକୁରାଣୀଙ୍କ ସମସ୍ତ ରୀତିନୀତି ରାତି ୧୦ଟା ପୂର୍ବରୁ ଶେଷ କରିବାକୁ କୁହାଯାଇଛି । ଲୋକଙ୍କ ଭିଡକୁ ଦୃଷ୍ଟିରେ ରଖି ସମସ୍ତ କାର୍ଯ୍ୟକ୍ରମକୁ ବାରଣ କରାଯାଇଛି । 

Leave A Reply

Your email address will not be published.