Latest Odisha News

BREAKING NEWS

ପିପିଲିରେ ମୁତୟନ ରହିବେ କେନ୍ଦ୍ରୀୟ ଫୋର୍ସ ସହ ୨୯ ପ୍ଲାଟୁନ୍ OASP

ପୁରୀ: ପିପିଲି ଉପନିର୍ବାଚନକୁ ମଝିରେ ରହିଲା ଆଉ ୪ଦିନ । ୧୭ ତାରିଖରେ ଭୋଟ୍ ପଡ଼ିବ । ତାପୂର୍ବରୁ ଆଜି ପିପିଲିରେ ଆଇନଶୃଙ୍ଖଳା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ ଡିଜି ଅଭୟ । ପିପିଲି ଉପନିର୍ବାଚନରେ ମୁତୟନ ହେବେ ୩ ପ୍ଲାଟୁନ୍ କେନ୍ଦ୍ରୀୟ ଫୋର୍ସ । ୨୯ ପ୍ଲାଟୁନ୍‌ OSAP ବି ମୁତୟନ ରହିବେ । ସୁରକ୍ଷା ଦୃଷ୍ଟିରୁ ପିପିଲି ନିର୍ବାଚନ ମଣ୍ଡଳୀକୁ ଏକାଧିକ ଜୋନ୍‌ରେ ବିଭକ୍ତ କରାଯାଇଛି । ଆଇନଶୃଙ୍ଖଳା ସ୍ଥିତି ସମୀକ୍ଷା ପରେ ଏହି ସୂଚନା ଦେଇଛନ୍ତି ପୋଲିସି ଡିଜି ଅଭୟ ।

ପ୍ରତି ଜୋନରେ ସୁରକ୍ଷା ଦାୟିତ୍ୱର ତଦାରଖ କରିବେ ଦୁଇ ଜଣ ଏଏସପି, ୩ଜଣ ଲେଖାଏ ଡିଏସପି । ଏହାସହ ଗୋଟିଏ ପ୍ଲାଟୁନ୍ ଓଡ଼ିଶା ସ୍ୱିଫ୍ଟ ଆକ୍ସନ ଫୋର୍ସ (OSAF) ବି ମୁତୟନ ରହିବେ । ୮୦ଟି ସମ୍ବେଦନଶୀଳ ବୁଥରେ ବିଏସଏଫ ଯବାନ ମୁତୟନ ହେବେ । ଆଜି ପିପିଲିରେ ସମୀକ୍ଷା ବେଳେ ପୋଲିସ ଡିଜିଙ୍କ ସହ ଆଇନ ଶୃଙ୍ଖଳା ଏଡିଜି ଯଶଓ୍ୱନ୍ତ ଜେଠଓ୍ୱା ଓ ଗୁଇନ୍ଦା ନିର୍ଦ୍ଦେଶକ ଉପସ୍ଥିତ ଥିଲେ । ଶାନ୍ତିପୂର୍ଣ୍ଣ ନିର୍ବାଚନ ଉପରେ ଗୁରୁତ୍ୱ ଦିଆଯାଇଛି ।

Leave A Reply

Your email address will not be published.