Latest Odisha News

BREAKING NEWS

କୁମ୍ଭ ମେଳା; ଶାହୀ ସ୍ନାନରେ ଯୋଗ ଦେଇଥିବା ୧୦୨ ଶ୍ରଦ୍ଧାଳୁ କରୋନା ପଜିଟିଭ

ନୂଆଦିଲ୍ଲୀ: ସାରା ଦେଶରେ କୋଭିଡ୍ ମାମଲା ବୃଦ୍ଧି ହେଉଥିବା ବେଳେ ଏପ୍ରିଲ ୧ରୁ ଆରମ୍ଭ ହୋଇଥିବା କୁମ୍ଭ ମେଳାରେ ସୋମବାର ସନ୍ଧ୍ୟା ସୁଦ୍ଧା ୨୮ ଲକ୍ଷରୁ ଅଧିକ ଭକ୍ତ ଗଙ୍ଗାରେ ଦ୍ୱିତୀୟ ଶାହୀ ସ୍ନାନ (ରାଜ ସ୍ନାନ) ପାଇଁ ଯୋଗ ଦେଇଥିଲେ।

ଚିକିତ୍ସା ବିଭାଗର ଅଧିକାରୀଙ୍କ ଅନୁଯାୟୀ, ରବିବାର ରାତି ୧୧.୩୦ ରୁ ସୋମବାର ଅପରାହ୍ନ ୫ ଟା ମଧ୍ୟରେ ୧୮,୧୬୯ ଭକ୍ତଙ୍କ କୋଭିଡ୍‌ ପରୀକ୍ଷା କରାଯାଇଥିଲା। ସେଥିମଧ୍ୟରୁ ୧୦୨ ଜଣ ଭକ୍ତଙ୍କ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ ହରିଦ୍ୱାରର ରେଳ ଷ୍ଟେସନ ଠାରୁ, ହର କି ପୌରୀ ଏବଂ ଘାଟଗୁଡିକର‌େ ଥର୍ମାଲ୍ ସ୍କ୍ରିନିଂ ପାଇଁ କୌଣସି ବ୍ୟବସ୍ଥା ନଥିଲା। ନୂତନ ସିସିଟିଭି ସିଷ୍ଟମ୍ ସତ୍ତ୍ବେ ମାସ୍କ ପିନ୍ଧିନଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା।

Leave A Reply

Your email address will not be published.